ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶଳାର ମାଡରେ ଜ୍ୱାଇଁ ମୃତ

କୋଷାଗୁମୁଡା,୧୬/୦୯(ମନିସ)  ସ୍ୱାମୀ ସ୍ତ୍ରୀର ସାମାନ୍ୟ କଳହରେ ଶଳାର ଗଣ୍ଡଗୋଳ। ଶଳାର ଦଳାଚକଟାରେ ଜ୍ୱାଇଁ ମୃତ । ଏଇଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ପଣ୍ଡୁଗୁଡା ପଞ୍ଚାୟତର ବାଦପୁର ଗ୍ରାମରେ । ମୃତ ଜ୍ୱାଇଁ ଗ୍ରାମର ଉର୍ଦ୍ଧବ ଗଉଡ଼(୪୦) । ମିଳିଥିବା ସୂଚନା ଅନୁଯାୟୀ ମୃତ ଉର୍ଦ୍ଧବ ଓ ସ୍ତ୍ରୀ ମନମତି ମଧ୍ୟରେ ଗତ ୮ତାରିଖରେ ସାମାନ୍ୟ କଥାକୁ ନେଇ ବଚସା ପରେ ଗଣ୍ଡଗୋଳ ହୋଇଥିଲା । ସ୍ୱାମି ସ୍ତ୍ରୀର କଳହର ସୂଚନା ପାଇ ପଣ୍ଡୁଗୁଡା ଗ୍ରାମରୁ ଶଳା ତୁଳସୀ ଗଉଡ଼ ଆସି ଜ୍ୱାଇଁ ସହ ପାଟିତୁଣ୍ଡ କରିବା ପରେ ମାରପିଟ କରିଥିଲେ । ଏଥିରେ ଜ୍ୱାଇଁ ଉର୍ଦ୍ଧବର ହାତ ଓ ଗୁପ୍ତାଙ୍ଗରେ ମାଡ଼ ହୋଇ ଗୁରୁତ୍ୱର ଆହତ ହୋଇଥିଲେ । ଏଥିସହ ଆହତ ଜ୍ୱାଇଁର ସମସ୍ତ ଚିକିତ୍ସା ସୁବିଧା ନିଜେ ତୁଳସୀ କରିବେ କହି ମାମଲାକୁ ଥାନାକୁ ନ ଟାଣିବା ପାଇଁ କହିଥିଲେ । ଏହାପରେ ତୁଳସୀ ଜ୍ୱାଇଁର କୌଣସି ଚିକିତ୍ସା କରାଇନଥିଲେ କି ମେଡିକାଲ ମଧ୍ୟ ନେଇ ନଥିଲେ । ଚିକିତ୍ସା ଅଭାବରୁ ଆଜି ସକାଳେ ଉର୍ଦ୍ଧବର ମୃତ୍ୟୁ ଘଟିଛି । ଏନେଇ ଆଜି ମୃତକଙ୍କ ଭାଇ ମଙ୍ଗଳସାଏ ଭତ୍ରା କୋଡ଼ିଙ୍ଗା ଥାନାରେ ଏକ ଏତଲା ଦାୟାର କରିବା ପରେ କୋଡ଼ିଙ୍ଗା ଥାନାରେ ୧୩୯/୨୨ରେ ଏକ ମାମଲା ରୁଜୁ କରାଯାଇ ତୁଳସୀ ଗୌଡ଼କୁ କୋଡ଼ିଙ୍ଗା ଥାନାରେ ଅଟକ ରଖାଯାଇଛି । ଆସନ୍ତା କାଲି ଡାକ୍ତରୀ ମାଇନା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଫିସର ଏସଡିପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ତରକାସୁର ବଧ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ତ୍ରିନାଥ ପଟ୍ଟନାୟକ,ଗାନ୍ଧୀନଗର, କୋରାପୁଟ  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଶ୍ରୀମତୀ ରଜନୀ ରାଣୀ ମିଶ୍ର ଙ୍କ କବିତା ଜଗତ ଜନନୀ

Sunil Chandra Nayak

Leave a Comment

error: Content is protected !!