ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ପାଇଁ ସ୍ମାର୍ଟ ଷ୍ଟୋର ରେ ଛାତ୍ର ଛାତ୍ରୀ

ନିକଟ ରୁ ଦେଖିଲେ ସେଲ୍ସ ମ୍ୟାନ ସିପ

ଧର୍ମଗଡ:୧୬/୯/୨୨:  ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରତକ୍ଷ ଜ୍ଞାନ ଆହରଣ ପାଇଁ ବିଭିନ୍ନ ସମୟ ରେ ଷ୍ଟଡି ଟୁର କରୁଥିବା ବେଳେ । ଏବେ ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଏଭଳି ଅନୁଭବ ଆଣି ଦେଇଛନ୍ତି ଏ.ପି.ଦାସ ହାଇସ୍କୁଲ କତୃପକ୍ଷ । ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ସ୍ଥିତ ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀ ରେ ଖୁଚୁରା ବ୍ୟବସାୟ କୁ ତୃତୀୟ ଭାଷା ରୂପେ ଚୟନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ଦେବା ପାଇଁ ଛାତ୍ର ଛାତ୍ରୀ ଙ୍କ ଏକ ଷ୍ଟଡି ଟୁର ଅନୁଷ୍ଠିତ ହୋଇ ଯାଇଛି । ଛାତ୍ର ଛାତ୍ରୀ ମାନେ ଧର୍ମଗଡ ସ୍ଥିତ ରିଲାଏନ୍ସ ସ୍ମାର୍ଟ ପଏଣ୍ଟ କୁ ପରିଦର୍ଶନରେ ଯାଇ ବିଦ୍ୟାର୍ଥୀ ମାନେ ସେଲସ୍ ମ୍ୟାନ ସିପ ଓ କିପରି ଭାବରେ ଖୁଚୁରା ବ୍ୟବସାୟ କରା ଯାଏ ସେ ବିଷୟରେ ଅନୁଧ୍ୟାନ କରିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀ, ବିଜ୍ଞାନ ଶିକ୍ଷକ ତେଜେଶ୍ୱର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧ।ନରେ ଧନ୍ଦାମୂଳକ ଶିକ୍ଷକ ସୋମନାଥ ମିଶ୍ର ଓ ଲକ୍ଷ୍ମୀକାନ୍ତ ମେହେର ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ l ଯଦି ଓ ଏହି ଷ୍ଟଡି ଟୁର ଟି ସଂକ୍ଷିପ୍ତ ଥିଲା ତଥାପି ଏହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବେଶ ଉତ୍ସାହ ପରିଲକ୍ଷିତ ହୋଇ ଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

ଆରପାରିରେ_ରାଇମୋହନ_ପରିଡା

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧ ଟି ପ୍ରକଳ୍ପ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!