ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟର ସ୍ଵର୍ଣ୍ଣିମ ଉତ୍ସବ ପାଳନ

ଡାବୁଗାଁ, ୧୬/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ସ୍ଵର୍ଣ୍ଣିମ ଉତ୍ସବ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପାଳନ ହୋଇଯାଇଛି | ପ୍ରଥମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାଡତ୍ୟା ବିବରଣୀ ପଠନ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୌମିକ ଓ ଅଞ୍ଜଳି ବିଶ୍ଵାସ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୃନ୍ଦାବନ ଭତ୍ରା ପ୍ରମୁଖ ମଞ୍ଚାସୀନ ଥିଲେ | ଅତିଥି ମାନେ ଛାତ୍ରୀଛାତ୍ର ମାନଙ୍କୁ ଭଲ ପାଠ ପଢି ଭବିଷ୍ୟତରେ ଏକ ସୁ ନାଗରିକ ହେବା, ବିଦ୍ୟାଳୟ, ଗ୍ରାମର ନାମ ରଖିବା ଓ ଭବିଷ୍ୟତରେ ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜିତେନ୍ଦ୍ର କୁମାର ମାଝି ଓ ନରସିଂ ମାଝି ପରିଚାଳନା କରିଥିବା ବେଳେ ଗ୍ରାମର ଅର୍ଜୁନ ଭତ୍ରା, ଲାଜର ଭତ୍ରା, ବଇଶାଖୁ ଭତ୍ରା, ଚିନୁ ଭତ୍ରା, ଦୁର୍ଯ୍ୟ ଭତ୍ରା ଓ ହିରାଲାଲ ଭତ୍ରା ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

 

Related posts

ନୂଆଖାଇ ଭେଟଘାଟ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ 

Sunil Chandra Nayak

Leave a Comment

error: Content is protected !!