ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ସାମ୍ବାଦିକ ସମୂହଙ୍କ ବନ୍ଧୁମିଳନ ଓ ନୂଆଁଖାଇ ଭେଟଘାଟ

ଉତ୍କେଲା,୧୬/୦୯  କେସିଙ୍ଗା ଆର୍ . ଏମ . ସି ଠାରେ ଶୁକ୍ରବାର ନୂଆଁଖାଇ ଅବସରରେ କେସିଙ୍ଗା ସାମ୍ବାଦିକ ସମୂହଙ୍କ ପକ୍ଷରୁ ଏକ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଉକ୍ତ ବନ୍ଧୁ ମିଳନ ଅବସରରେ କେସିଙ୍ଗା ଏନ୍. ଏ. ସି ଚେୟାରମେନ ନୃପରଜ୍ ଯାଦବ , ବ୍ଲକ ବି .ଡି. ଓ ପ୍ରଫୁଲ୍ଲ କୁମାର ଅଡ୍ଡୁ, ତହସିଲଦାର ଜୌତିମୟ କର . ସରକାରୀ ଚିକିତ୍ସାଳୟ ପ୍ରସୂତି ବିଭାଗ ଡକ୍ଟର ସୁବାସ ବେହେରା , ପୋଲିସ ଆଇ.ଆଇ.ସି ସତ୍ୟକୁମାର ନନ୍ଦ , ବାର ଏସୋଷିଏସନ୍ ସଭାପତି ଓକିଲ ପ୍ରକାଶ ଦାସ , ବିଜେଡି ନେତା ସନ୍ତୋଷ ଶର୍ମା , ବିଜେପି ପୂର୍ବତନ ସହର ସଭାପତି ପ୍ରଶାନ୍ତ ବେନେର୍ଜି , ଲଇତରା ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ପୋଢ଼ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ ।ଉକ୍ତ ବନ୍ଧୁ ମିଳନ ଅବସରରେ କେସିଙ୍ଗା ବ୍ଲକ ସମୁହରୁ ୨୫ ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ରହି ଅତିଥି ମାନଙ୍କ ସହ କେସିଙ୍ଗା ବ୍ଲକର ବିଭିନ୍ନ ଛୋଟ ବଡ଼ ସମସ୍ୟା ଉପରେ ଆଲୋଚନା କରି ତାର ଶୀଘ୍ର ସମାଧାନ କରିବା ପାଇଁ ଅନୁରୋଧ କରି ସଭା ଶେଷ କରିଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଜୟ କୁମାର ମିଶ୍ର ଙ୍କ କବିତା ନିର୍ଯାତନା

Sunil Chandra Nayak

ପିଡ଼ିଏସ ଚାଉଳ ନେଇ ଫେରୁଥିବା ପିକଅଫ ଭ୍ଯାନ ଓଲଟି ୨ ମୃତ ୭ ସଙ୍କଟା ପନ୍ନ

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

Sunil Chandra Nayak

Leave a Comment

error: Content is protected !!