ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାମନଘାଟୀ ଉପଖଣ୍ଡ ରେ ଭୋଟର ସଚେତନତା ରଥ ର ଶୁଭାରମ୍ଭ

 ମୟୂରଭଞ୍ଜ :ତା 16-09-2022(ମସିହା) ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ବାମନଘାଟି ଉପଖଣ୍ଡ ର ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଦୁଇ ଗୋଟି ଭୋଟର ସଚେତନତା ରଥ କୁ ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ଉକ୍ତ ରଥ ଗୁଡିକ ବାମନଘାଟି ଅଧିନସ୍ତ 7 ଗୋଟି ବ୍ଲକ ସହିତ ସାରସକଣା ବ୍ଲକ ରେ ପରିଭ୍ରମଣ କରି ଭାରତ ର ଗଣତନ୍ତ୍ର କୁ ସୁଦୃଢ ତଥା ନିର୍ବାଚନ ରେ ସ୍ୱଚ୍ଛତା ଆଣିବା ଉଦେଶ୍ୟ ରେ ଏକକ ଭୋଟର ତାଲିକା ର ପରିକଳ୍ପନା ବାବଦ ରେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବ. ଏହି ସଚେତନତା ବାର୍ତ୍ତା ର ଆଭିମୁଖ୍ୟ ହେଉଛି ପ୍ରତ୍ୟେକ ମତଦାତା ଙ୍କ ଭୋଟର ପରିଚୟ ପତ୍ର ସହିତ ତାଙ୍କ ନିଜ ର ଆଧାର ନମ୍ବର କୁ ସଂଯୋଗ କରିବା l ଭାରତ ସରକାର ଙ୍କ ନିର୍ବାଚନ ଆୟୋଗ ଙ୍କ ତରଫରୁ ସମସ୍ତ ମତଦାତା ମାନଙ୍କୁ ଏହି ସଚେତନତା ରଥ ମାଧ୍ୟମରେ ନିବେଦନ କରାଯାଉଛି କି ସେମାନେ ସ୍ଵେଛାକୃତ ଭାବେ ସ୍ୱୟଂ ନିଜ ସ୍ମାର୍ଟ ଫୋନ ଜରିଆରେ voter helpline app ମାଧ୍ୟମରେ ହେଉ କିମ୍ବା ନିର୍ଧାରିତ web site ମାଧ୍ୟମରେ ରେ ହେଉ କିମ୍ବା କାର୍ଯ୍ୟାଳୟ ରେ ଉପଲବ୍ଧ ଭୋଟର ସହାୟକ କେନ୍ଦ୍ରକୁ ଆସି ନିଜ ନିଜ ଭୋଟର ପରିଚୟ ପତ୍ର ସହିତ ସେମାନଙ୍କ ଆଧାର ନମ୍ବର ସହିତ ସଂଯୋଗ କରାଇ ନିଅନ୍ତୁ ଏବଂ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ହିସାବ ରେ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ସହଯୋଗ କରନ୍ତୁ.

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

Sunil Chandra Nayak

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ତେଲେଙ୍ଗାନା ରୁ ୩୫ ଜଣ ନିର୍ଯ୍ୟାତିତ ଦାଦନ ଶ୍ରମିକ ଉଦ୍ଧାର

Leave a Comment

error: Content is protected !!