ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ପକ୍ଷରୁ  ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ ରକ୍ତ ସଂଗ୍ରହ

ଫୁଲବାଣୀ -:  ବିଜୁ ଜନତାଦଳ ର ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରରେ ରକ୍ତ ସଂଗ୍ରହ ସମୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଉପସ୍ଥିତ ରହିଥିବା ବେଳେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ସମ୍ପାଦକ ଦାରୁଣ କଁହର, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁନୀଲ ସେଠୀ, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ପୁନମ କଁହର, ନଗର ସଭାପତି ସୁଧୀର କର୍ଣ୍ଣ,ନଗର ଯୁବ ସଭାପତି ପାର୍ଥ ସାରଥି ବିଶ୍ୱାଳ, ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିର ରେ ୨୬ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ରେ ରକ୍ତଦାନ କାର୍ଯ୍ୟ ରେ ରକ୍ତ ଭଣ୍ଡାର ଅଧିକାରୀ ଡ଼ ଜୟଦୀପ ଘୋଷ,ଟେକ୍ନିସିଆନ କୃଷ୍ଣଚନ୍ଦ୍ର ମହନ୍ତ,ତୁଷାର କାନ୍ତ ପ୍ରଧାନ, ଲକ୍ଷ୍ମୀଧର ମଣ୍ଡଳ, ସୁଜିତ ସାହୁ,ବରୁଣ ବେହେରା, ସଂଯୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତଦାନ କାର୍ଯ୍ୟକ୍ରମ କୁ ସୁଚାରୁ ଭାବେ ପରିଚାଳନା କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ପାପଡାହାଣ୍ଡିରେ ଲଘୁଚାପ ଜନିତ ଲଗାଣ ବର୍ଷା, ବହୁ ଘର ଓ ଦୋକାନରେ ପସିଲା ପାଣି  

Sunil Chandra Nayak

Leave a Comment

error: Content is protected !!