ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଏକା ତୁଣ୍ଡେ, ଉଆ ଉଷୁନା

 ଏକା ତୁଣ୍ଡେ, ଉଆ ଉଷୁନା

ଜୟ କୁମାର ମିଶ୍ର

ଆମ ବଡ଼ବାବୁ, ଘରର ସେ ପ୍ରଭୁ 
ଅଜବ ବେଭାର ଖେଳ, 
ଏକା ତୁଣ୍ଡଟିରେ, ଦୁଇ କଥା ଭାରେ 
ଉଆ ‘ଉଷୁନା ଚାଉଳ ll
ବୟସ ଯାଉଛି, ଆଗକୁ ଆଗକୁ 
ସମୟ ଯାନରେ ବସି, 
ମନଟି ଚଞ୍ଚଳ, ବିବେକ ଦୁର୍ବଳ 
(କରେ )ରାଜନିତି ହସି ହସି ll
ନିଜ ପରିବାରେ,ବିଷମତା ଭରେ 
କରେ ଲଗାଜୁଟା ବେଶି, 
ଏଘର ମାଉଁସୀ, ସେ ଘର ପିଉସୀ 
କେଉଁଠି ବା ତାରା, ଶଶୀ ll
କଣ ସେ କହୁଛି, କଣ ସେ କରୁଛି 
ତାଳମେଳ ଜମାନାହିଁ, 
ମାଇ ପରି କାନ୍ଦେ,ଅଯ୍ୟଥାରେ ବନ୍ଦେ
ସ୍ଥାନ, କାଳ ଭୁଲିଯାଇ ll 
ଘେନି ମାଲପାଣି, ଟାଣପଣ ବାଣୀ 
ହୁରି, ବାହାଦୁରି କଥା, 
ଘରଣୀଙ୍କ ତେଜ, ଦେଖିଦେଲେ ଓଜ 
ହଜିଯାଇ, ହୁଏ ବୃଥା ll
କୁଣିଆ ହାତରେ, ସାପ ମାରିବାରେ 
ସିଦ୍ଧହସ୍ତା, ପlରିବାର, 
ଲଗlଇ ଝଞ୍ଜଟ, ରଚିଦେଇ ନାଟ 
ହୋଇଥାଏ ସୂତ୍ର ଧର ll
କରିବା ବାହାନା, ମତିଭ୍ରମ ସିନା 
ଆଶାବାଦୀ ହନ୍ତସନ୍ତ, 
ପ୍ରତିଶୃତି କଥା, ଅମୃତ କି ପିତା 
ଜଣେନା ତା , ଅନୁଗତ ll
ବୁଢ଼ା ବାଘ ମନ, କଙ୍କଣକୁ ଦାନ 
ପ୍ରତାରିତର ତରିକା, 
ମେଳିଲେ ମଉକା,ଦେବାକୁ ସେ ଧୋକା 
ନାହିଁ ପଛଘୁଞ୍ଚା, ଶଙ୍କା ll
ମାୟା ମୋହ ଜାଲ, କରେ କଲବଲ 
ଛନ୍ଦି, ବାନ୍ଧି ଧରି ନେଇ,  
ନିରୀହ ଫସଇ, କାନ୍ଦେ କଇଁ କଇଁ 
ମୁକତି ମରାଗ ଚାହିଁ ll
ବଚନ ମଧୁର, ଶିଷ୍ଟ ଶିଷ୍ଟାଚାର 
ଶଠର ଜହର ଭରା, 
ଅକାଳରେ କାଳ, ସରିଯାଏ ବେଳ 
କରି ଭରସାଟି ପରା ll
ଧନ, ପ୍ରାଣ ପୀଡା, ମତ ଫଡା ଫଡା 
ଆଶାନ୍ତି ଧୂମାଳ ଘେରା, 
ସରଳ ବିଶ୍ୱାସୀ, ସହଜରେ ଫସି 
ବିଳାପ ଜୀବନ ସାରା ll
ସେ ଭଦ୍ର ମଣିଷ, ଘେନି କେତେ ଶିଷ୍ୟ 
ସାଧୁ ସରି କୁହେ କଥା, 
କରି କେତେ ମେଳି, ଛାଡଇ ବୋବାଳି
କରୁଛି ସବୁରି ଚିନ୍ତା ll 

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନ

Sunil Chandra Nayak

Leave a Comment

error: Content is protected !!