ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

କୋକସରା,୧୮/୯-  ( ମ ନି ସ)  କୋକସରା ବ୍ଲକ ଟେମରା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ରବିବାର ଭତରା ସମାଜ ସରକାରୀ କର୍ମଚାରୀ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟଅତିଥି ଭାବେ କଳାହାଣ୍ଡି ଭତରା ସମାଜ ସଭାପତି କୈଲାସ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବେ ଭତରା କର୍ମଚାରୀ ସଂଘ ସଭାପତି ତୃପ କୁମାର ପାତ୍ର, ବ୍ଲକ ସଭାପତି ସୁଧିର କୁମାର ପାତ୍ର, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଧର୍ମଗଡ, ଜୁନାଗଡ ଓ କୋକସରା ବ୍ଲକ ସ୍ତରୀୟ ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ କୋକସରା ବ୍ଲକ ସଭାପତି ଭାବେ ତୋଫାନ ମାଝୀ ମନୋନିତ ହୋଇଥିଲେ । ସମ୍ପାଦକ ଅଜୟ ମାଝୀ ଓ କୋଷାଧ୍ୟକ୍ଷ ଭାବେ ଡମ୍ବରୁ ନାଏକ ମନୋନିତ ହୋଇଥିଲେ । ସେହିପରି ଧର୍ମଗଡ ବ୍ଲକ ସଭାପତି ମହେଶ୍ୱର ପୁଝାରୀ, ସମ୍ପାଦକ ସୁବାଷ ଚନ୍ଦ୍ର ପୁଝାରୀ, ଜୁନାଗଡ ବ୍ଲକ ସଭାପତି ଇନ୍ଦ୍ରମଣି ପୁଝାରୀ, ସମ୍ପାଦକ ସୀମାଞ୍ଚଳ ପୁଝାରୀ ଓ କୋଷାଧ୍ୟକ୍ଷ ଭାବରେ ଗଜାନନ ଦଳପତି ମନୋନିତ ହୋଇଥିଲେ । ସୁଧିର ଧ.ମାଝୀ ଓ ଭୂବନେଶ୍ୱର ଦିଶାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହେମନ୍ତ ମାଝୀ, ସତ୍ୟବାନ ନାଏକ ସମେତ ଟେମରା ଭତରା ସମାଜର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ ।

Related posts

ଲଡୁଗାଁରେ ଗୋପାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଅଂହିସା ରଥ କୁ ସ୍ୱାଗତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପରୀକ୍ଷା ଫଳ ପ୍ରକାଶିତ

Sunil Chandra Nayak

Leave a Comment

error: Content is protected !!