ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ

ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ

(ରାଗ – ଶଙ୍କରାଭରଣ)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ମହାପ୍ରଭୁଙ୍କ ମହିମା ଦେବେ ଅଗୋଚର
କେତେବେଳେ କେଉଁ ଇଚ୍ଛା ହୁଏ ଟି ତାଙ୍କର
ଧରି ସିଏ ନାନା ବେଶ,
ଭକତ ଉଦ୍ଧାରିଥାନ୍ତି ସେହି ଜଗଦୀଶ ll୧ll
କାର୍ତ୍ତିକ ମାସର ଶୁକ୍ଳ ଦ୍ଵାଦଶୀ ତିଥିରେ
ବାଙ୍କଚୂଡ ବେଶ ଲାଗି ହୁଅନ୍ତି ଖୁସିରେ
ପଞ୍ଚୁକର ଦି ଦିନରେ
ସେହି ବେଶ ଧରି ଭାଇ ଭଉଣୀ ସାଥିରେ ll୨ll
ବଙ୍କାଚୂଳକୁ ମୟୂର ଚନ୍ଦ୍ରିକା ଲଗାଇ
କୃଷ୍ଣଙ୍କ ରୂପରେ ଭକ୍ତେ ଦର୍ଶନକୁ ଦେଇ
ସବୁ ପାପ ତାପ ହରି,
ମନବାଞ୍ଛା ପୂର୍ଣ୍ଣ କରି ଥାଆନ୍ତି ମୁରାରି ll ୩ll
ସୁନା କିଆ ମସ୍ତକରେ ଶ୍ରୀଭୂଜ ପୟର
ରତ୍ନ ଓଡ଼ିଆଣୀ ଶୋଭା କେଡେ ମନୋହର
ଚନ୍ଦ୍ର ସୂର୍ଯ୍ୟ ଓ ତାଡଗି,
ଝଲସି ଉଠନ୍ତି ପ୍ରଭୁ ଆଭୂଷଣ ଲାଗି ll ୪ ll
ଶଙ୍ଖ ଚକ୍ର ଧନୁ ତୀର ଧରି ଜଗନ୍ନାଥ
ହଳ ମୂଷଳ ଧରନ୍ତି ବଳଭଦ୍ର ଭ୍ରାତ
ସୁନା ହୀରା ନୀଳା ମୋତି,
ମାଣିକର ଅଳଙ୍କାର ପିନ୍ଧି ନାନା ଜାତି ll୫ll
ମକର କୁଣ୍ଡଳ ସହ ସୁବର୍ଣ୍ଣ କିରୀଟ
ଭାଇ ଭଉଣୀ ସହିତ ଦିଶି ଝଟ ଝଟ
ଭକତକୁ ସେ ତୋଷନ୍ତି,
ଦୁଃଖ ସମୁଦ୍ରରୁ ପ୍ରଭୁ ପାରି କରିଥାନ୍ତି ll୬ll

ଫୁଲବାଣୀ, କନ୍ଧମାଳ

 

Related posts

ତୀର୍ଯ୍ୟକ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପାରିବ କି ଜୟ କରି

Sunil Chandra Nayak

ଡାବୁଗାଁ ବଜାର ଉପରେ ଥିବା ରେଡି ବ୍ରଦର୍ସ ମୁଢି ଫ୍ୟାକ୍ଟ୍ରି କୁ ବଜାର ବାହାରକୁ ସ୍ଥାନାନ୍ତର ହେବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!