ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ସ୍ତରୁୟ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ 

ଥୁଆମୂଳ ରାମପୁର:୧୯/୦୯- (ମନିସ):- ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଦଳୀୟ କାର୍ଯ୍ଯାଳୟ ଠାରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ଆହ୍ଵାନ କ୍ରମେ ଥୁଆମୂଳ ରାମପୁର ବ୍ଳକର ଆମ୍ ଆଦମୀ ପାର୍ଟି ତରଫରୁ ଶ୍ରୀ ପ୍ରଦୀପ କୁମାର ନାଏକଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଦଳ ସଭାପତି ଶ୍ରୀ ପ୍ରଦୀପ କୁମାର ନାଏକ, ସାଧାରଣ ସମ୍ପାଦକ ଶ୍ରୀ ପ୍ରସାଦ ଗୌଡ, ମହିଳା ସଭାନେତ୍ରୀ ସଶ୍ମୀତା ନାଏକ ସମେତ୍ ଦଳୀୟ କର୍ମୀ ଓ ସଭ୍ଯା ପ୍ରମୁଖ ଉପସ୍ଥିତ ରହିଥିଲେ। ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନତାଙ୍କୁ ଏହି ଆପ୍ ପାର୍ଟିରେ ଥିବା କର୍ମକର୍ତ୍ତା ସଚେତନତା ସୃଷ୍ଟି କରିବା ଦିଗରେ ଅଗ୍ରସର ହୋଇଛନ୍ତି। ସରକାରଙ୍କ ବିଭିନ୍ନ ପ୍ରକାରର ଗରିବ ଶୋଷଣ ନୀତି ବିରୋଧରେ ଲୋକଙ୍କୁ ଅବଗତ କରାଇବା ନେଇ କର୍ମୀଙ୍କ ମଧ୍ୟରେ ଆଲୋଚନା କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏନେଇ ବ୍ଳକ ସ୍ତରୀୟ କର୍ମକର୍ତ୍ତା ଙ୍କୁ ସଚେତନତା ସୃଷ୍ଟି କରାଇ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଆମ୍ ଆଦମ୍ ପାର୍ଟିର କାର୍ଯ୍ଯ କଳାପକର ବାର୍ତ୍ତାକୁ ପ୍ରେରଣ କରାଯିବା ପାଇଁ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏହାକୁ ନେଇ ଆସନ୍ତା ୨୦/୦୯/୨୦୨୨ ତାରିଖ ଦିନ ଭବାନୀପାଟଣା ସ୍ଥିତ ବିଜୁ କଲ୍ଯାଣ ମଣ୍ତଳ ଠାରେ ଅନୁଷ୍ଠିତ ହେବ। ଜିଲ୍ଲାର ୧୩ ଗୋଟି ବ୍ଳକର ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଏହି କାର୍ଯ୍ଯକାରିଣୀ ବୈଠକରେ ଯୋଗଦାନ କରୁଥିବା ବେଳେ ଥୁଆମୂଳ ରାମପୁର ବ୍ଳକର ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଯୋଗଦେବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗରମ ଚା ରେ ପଡି ଶିଶୁ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

Sunil Chandra Nayak

ଗଣପର୍ବ ନୁଆଁ ଖାଇ ଧୁମଧାମରେ ହେଲା ପାଳିତ:ଡାବୁଗାଁ

Sunil Chandra Nayak

କଲମପୁର ବ୍ଳକ-କିରୋସିନ ଯୋଗାଣ ରେ ଦୁର୍ନୀତି ର ଗନ୍ଧ

Leave a Comment

error: Content is protected !!