ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକା ଉଦ୍ଧାର

ଡାବୁଗାଁ, ୧୯/୯ – ନବରଙ୍ଗପୁର ଜିଲା ଡାବୁଗାଁଥାନା ପୋଲିସ ଜଣେ ନାବାଳିକା କୁ ସୋମବାର ଉଦ୍ଧାର କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମର ପରଶୁରାମ ପୂଜାରୀଙ୍କ ୧୪ ବର୍ଷର ନାବାଳିକା ୨୮.୮.୨୧ ତାରିଖ ଦିନ ସନ୍ଧ୍ୟାରେ ଝିଅ ଘରେ ନଥିବା ଦେଖି ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ କିନ୍ତୁ ଝିଅକୁ ପାଇ ନଥିଲେ | ପରେ ଜାଣିବାକୁ ପାଇଥିଲେ ଯେ ଝିଅ ସହ କୋଡିଗାଁ ଥାନା ଅଧୀନ ଫାପୁଣି ଗ୍ରାମର ଦିବାକର ହରିଜନ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଉକ୍ତ ଯୁବକ ତାଙ୍କ ନାବାଳିକା ଝିଅକୁ ନେଇ କେଉଁ ଆଡେ ଚାଲି ଯାଇଛି | ଏନେଇ ୩୧.୮.୨୧ ଦିନ ନାବାଳିକାର ପିତା ପରଶୁରାମ ପୂଜାରୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୩୬/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା | ସେହି ଦିନ ଠାରୁ ଦୁହେଁ ଫେରାର ଥିଲେ | ରବିବାର ଡାବୁଗାଁ ପୋଲିସ ଖବର ପାଇଥିଲା ଯେ ଫେରାର ୨ ଜଣ ଫେରି କୋଡିଗାଁ ଥାନା ଅଧୀନ ଯୁବକର ନିଜ ଘର ଫାପୁଣି ଗ୍ରାମରେ ଅଛନ୍ତି | ସୋମବାର ଡାବୁଗାଁ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ, ସବଇନିସ୍ପେକ୍ଟର ମେନକା ଶା, ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଯୁବକର ଘରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରି ଆଣିଥିଲେ | ଯୁବକ ଦିବାକର ହରିଜନକୁ ଅଟକ ରଖାଯାଇଛି | ଉକ୍ତ ନାବାଳିକାକୁ ଡାବୁଗାଁ ସ୍ୱଳ୍ପ କାଳୀନ ଆବାସ ଗୃହରେ ରଖାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଜୀବନ ଯନ୍ତ୍ରଣା

Sunil Chandra Nayak

ରସାୟନ ବିଜ୍ଞାନ ବିଭାଗରେ ସେମିନାର

Sunil Chandra Nayak

Leave a Comment

error: Content is protected !!