ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ୟାମସୁନ୍ଦର ଯୁବକ ସଂଘ ଆନୁକୂଲ୍ୟରେ ହୋଭାଷା ଲିପି ‘ଓ୍ବାରାଂଚିତି’ ସ୍ରଷ୍ଟା ଗୁରୁ ଲାକୋ ଵଦରାଙ୍କ ୧୦୩ ଜୟନ୍ତୀ ପାଳିତ 

ମୟୂରଭଞ୍ଜ/19/09/2022):(ମସିହା) କୁସୁମୀ ବ୍ଳକ ଶ୍ୟାମସୁନ୍ଦର ୟୁବକ ସ°ଘ ତରଫରୁ ଆଦିବାସୀ ହୋ-ଭାଷା ଓରାଙ୍ଗ-ଚିତିଲିପି ଉଦଭାବକ ଗୁରୁ ଲାକୋ ବଦରା ଙ୍କର 19 ସେପ୍ଟେମ୍ବର ମ୍ବର 2022 କୁ 103ତମ୍ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା।। ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି , ସମ୍ମାନିତ ଅତିଥି ବାମନଘାଟୀ ପ୍ରେସ କ୍ଲବ ସଭାପତି ଶ୍ରୀ ମନୋରଞ୍ଜନ ତିରିଆ , ବାମନଘାଟୀ ସାନ୍ତାଳ ଓ କୋଲ୍ହ ସମ୍ଫ୍ରଦାୟ ଓ୍ବେଲଫେୟର ଟ୍ରଷ୍ଟ ଈଚିଣ୍ଡା ସଂପାଦକ ଅନିଲ ବିରୁଆ, ଆଦିବାସୀ ସିନେମା ଅଲବମ ଗୀତିକାର ଶ୍ରୀ ବଜେନ୍ଦ୍ରନାଥ ମାର୍ଣ୍ଡୀ,ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ଅଧ୍ଯକ୍ଷ ଶ୍ରୀ ମେଘନାଦ ହେମ୍ବ୍ରମ , ଶ୍ରୀ ଭାବାନିଶଙ୍କର କୋଡା , କଥାଶିଳ୍ପୀ ଶ୍ରୀ ଲଳିତ କୁମାର ମହାନ୍ତ, ଶ୍ରୀ ଲମ୍ବୋଦର ବାନରା ସଭାପତି ୟୁବକ ସ°ଘ, ଗ୍ରାମର-ଶ୍ୟାମସୁନ୍ଦର କୁସୁମୀ ବ୍ଳକ, ଗ୍ରାମ – ଦେହୁରୀ, ଡାକ୍ତର ଶ୍ରୀ ନନ୍ଦକିଶୋର ମହାନ୍ତ, ଶ୍ରୀ ମନମୋହନ ବିରୁଆ ,ଶ୍ରୀ ବିଷ୍ଣୁ ହୋ , ଶ୍ରୀ ସରଦାର ବରଦା, ଶ୍ରୀ ସୋମରା ପୁର୍ତି, ଓ ସମସ୍ତ ଗ୍ରାମବାସୀ ମହିଳା ଓ ବାଳକ-ବାଳିକା ମାନେ ଉପସ୍ଥିତ ଥିଲେ।। ଏହି ଅବସରରେ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ପୁର୍ବତନ ବିଧାୟକ ଆସନ୍ତା ବର୍ଷ-19ସିତମ୍ବର 2022 କୁ ଓତଗୁରୁ ଲାକୋ ବଦରା ଛକ ଠାରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ଓ ବାମନଘାଟୀ ପ୍ରେସ କ୍ଲବ ସଭାପତି ଶ୍ରୀ ମନୋରଞ୍ଜନ ତିରିଆ ଗ୍ରାମରେ ଓରାଙ୍ଗ ଚିତି ଲିପି ଭାଷା ସ୍କୁଲ ଖୋଲିବା ପାଇଁ ଘୋଷଣା କରିଥିଲେ ଏବଂ ଦୁଇ ତିନି ଦିନ ମଧ୍ୟରେ ଗ୍ରାମବାସୀମାନେ ନିଷ୍ପତ୍ତି ନେଲେ ନିଶ୍ଚିତ ଭାବରେ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ତିରିଆ କହିଥିଲେ ।। ଅତିଥି ଗଣ କହିଥିଲେ ଗୋଟିଏ ଭାଷା , ସଂସ୍କୃତି,କଳା,ପରଂପରା ବଂଚିରହେ ଲିପି ମାଧ୍ୟମରେ ।ଗୋଟିଏ ଭାଷା ସମାଜର ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ । ଆଜିଯାଏଁ କେନ୍ଦ୍ର ଓ ରାଜ୍ୟ ସରକାର ହୋଭାଷାର ଲିପି ‘ଓ୍ବାରାଂଚିତି’କୁ ସାମ୍ବିଧାନିକ ମାନ୍ୟତାରେ ଅଣ ଦେଖା କରୁଛନ୍ତି ।ହୋଭାଷା ସାମ୍ବିଧାନିକ ମାନ୍ୟତା ପାଇଁ ସମସ୍ତେ ଏକଜୁଟ ହୋଇ ଆନ୍ଦୋଳନକୁ ଆଗେଇ ଆସିବା ଉଚିିତ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପ୍ରେମ ବେପାର

Sunil Chandra Nayak

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

Leave a Comment

error: Content is protected !!