ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ

 ଦୂରପରବତ

ଦୂର ପରବତ ଦିଶଇ ସୁନ୍ଦର
ସୁରୁଜ ଆସିଲେ ନଇଁ
ଭଳିଭଳିପକ୍ଷୀଯାଉଥାନ୍ତି ଉଡ଼ି 
ସେହି ପରବତ ଡେଇଁ
ସୁନ୍ଦର ଦିଶଇ ମେଘ ମାଳମାଳ
ଛୁଇଁଲେ ପର୍ବତ ଶିର
ଘୁରିଘୁରି ମେଘ ବାଦଲ ସାଥିରେ 
ହୁଅନ୍ତି ବରଷା ଧାର
ଟିକି ଝରଟିଏ କୁଳୁକୁଳୁ ରବେ 
ସେଠାରୁ ଆସଇ ଧାଇଁ
ଅଙ୍କାବଙ୍କା ହୋଇ ଘୁରି ଘୁରି ଶେଷେ
ପାଲଟି ଯାଏ ସେ ନଈ
ନଈଟିଏ ହୋଇ ଧାଇଁଧାଇଁ ପୁଣି
ସାଗର ବୁକୁରେ ମିଶେ
ଦୂରରୁ ଦେଖିଲେ ପରବତ ପରା 
ବହୁତ ସୁନ୍ଦର ଦିଶେ l

ଶ୍ରୀ ମଧୁସୂଦନ ମାହାପାତ୍ର

ଝୁମ୍ପାଣ (ନୀଳାଦ୍ରି ବିହାର)
ନଗୁଆଁ, ଯାଜପୁର

Related posts

କାଶିବାହଲ ଗାଁରେ ଡକାୟତି,ଗୁଳି ମାଡ଼ରେ ଘର ମାଲିକ ଙ୍କ ପୁଅ ଗୁରୁତର, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ରଣ ପାଇବା ନାରେ ଠକାମିର ଶିକାର 

Sunil Chandra Nayak

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Leave a Comment

error: Content is protected !!