ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ

 ଦୂରପରବତ

ଦୂର ପରବତ ଦିଶଇ ସୁନ୍ଦର
ସୁରୁଜ ଆସିଲେ ନଇଁ
ଭଳିଭଳିପକ୍ଷୀଯାଉଥାନ୍ତି ଉଡ଼ି 
ସେହି ପରବତ ଡେଇଁ
ସୁନ୍ଦର ଦିଶଇ ମେଘ ମାଳମାଳ
ଛୁଇଁଲେ ପର୍ବତ ଶିର
ଘୁରିଘୁରି ମେଘ ବାଦଲ ସାଥିରେ 
ହୁଅନ୍ତି ବରଷା ଧାର
ଟିକି ଝରଟିଏ କୁଳୁକୁଳୁ ରବେ 
ସେଠାରୁ ଆସଇ ଧାଇଁ
ଅଙ୍କାବଙ୍କା ହୋଇ ଘୁରି ଘୁରି ଶେଷେ
ପାଲଟି ଯାଏ ସେ ନଈ
ନଈଟିଏ ହୋଇ ଧାଇଁଧାଇଁ ପୁଣି
ସାଗର ବୁକୁରେ ମିଶେ
ଦୂରରୁ ଦେଖିଲେ ପରବତ ପରା 
ବହୁତ ସୁନ୍ଦର ଦିଶେ l

ଶ୍ରୀ ମଧୁସୂଦନ ମାହାପାତ୍ର

ଝୁମ୍ପାଣ (ନୀଳାଦ୍ରି ବିହାର)
ନଗୁଆଁ, ଯାଜପୁର

Related posts

ରଞ୍ଜିତ କୁ ସାହୁ ଙ୍କ କବିତା – ମହାପ୍ରଭୁ ଙ୍କ ପୟରେ ନିବେଦନ

Sunil Chandra Nayak

କୋକସରା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

Sunil Chandra Nayak

କଣ୍ଟାଗାଁ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!