ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

    ଆଶା

ନଳିନୀ ପ୍ରଭା ମିଶ୍ର

ଆଶା ହିଁ ସୂରୁଜ ପ୍ରଭାତେ
  ଉଦିତ ସତେଜ କିରଣ ଭଳି
ଆଶା ହିଁ ସୁମନ ଆଗାମୀ ସପନ
  ପ୍ରସଫୁଟିତ ନବ କଳି।
ଆଶା ହିଁ ମନ ର ସପ୍ତ ଇନ୍ଦ୍ର ଧନୁ
  କ୍ଷଣ ପ୍ରଭ ମନାକାଶେ
ଆଶା ଜୀବନ ର ମରୁଭୂମି
  ପରେ ମୃଗତଷ୍ଣା ହୋଇ ଆସେ।
ଆଶା ହିଁ ଆଗାମୀ ବଞ୍ଚିବା ର
  ଲାଗି ଜୀବନର ଲକ୍ଷ୍ୟ ସ୍ଥଳ
ଆଶା ହିଁ ପିପାସୀ ପ୍ରଣୟୀ ମନର
  ନବୀନ ଭାବ ସକଳ।
ଆଶା ମହା ତୃଷ୍ଣା ଆଶା ହିଁ
  ବିତୃଷ୍ଣା ଆଶା ହିଁ ମନର ଭ୍ରମ
ଆଶା ଜୀବନ ର ପ୍ରତିଦାନ ରୂପ
  ମଣିଷ ମନର ମର୍ମ।
ଆଶା ହିଁ ତରଣୀ ଆଶା ନିର୍ଝରିଣୀ
  ମନୁଷ୍ୟ ର ଲକ୍ଷ୍ୟ ସ୍ଥଳ
ଆଶା ହିଁ ମନକୁ କରିଥାଏ ଦୃଢ଼
  ଭରି ଦେଇ ମନୋବଳ।
ଆଶା ପାରିଜାତ ନନ୍ଦନ କାନନେ
  ସୁଗନ୍ଧିତ ଏକ ପୁଷ୍ପ
କା ପାଇଁ ସଫଳ କା ପାଇଁ ବିଫଳ
  କାହା ପାଇଁ ଅବଶୋଷ।
ଆଶା ବିନା କିବା! ଜୀବନ ର
  ସ୍ଥିତି ଆଶା ହିଁ ମନର ଧନ
ଆଶା ଠାରୁ ବଳି ଅଛି କି! ନିଜର
  ବଞ୍ଚିବା ର ଉପାଦାନ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୋ କାହାଣୀ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ୩୩୮ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!