ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

ଢେଙ୍କାନାଳ:( ମ.ନି.ସ.) ୧୯/୦୯_ରଥଗଡ଼ା ଠାରେ ଅବସ୍ଥିତ ଆସେଟ୍ କମ୍ପୁଟର ସେଣ୍ଟର କୁ ଭାରତ ସରକାରଙ୍କର ସୂଚନା ପ୍ରଯୁକ୍ତି ବିଜ୍ଞାନ ନିଲେଟ୍ ତରଫରୁ ‘ଓ’ ଲେବୁଲ କମ୍ପୁଟର ଶିକ୍ଷାର ମାନ୍ୟତା ପାଇଛି । ଢେଙ୍କାନାଳ ର ଏକ ମାତ୍ର ଟ୍ରେଡମାର୍କ ରେଜିଷ୍ଟର କମ୍ପୁଟର ଶିକ୍ଷା ଅନୁଷ୍ଠାନ , ଏ ବର୍ଷ ନିଲେଟ ର ‘ଓ’ ଲେବୁଲ କୋର୍ସ ମାନ୍ୟତା ପାଇଥିବାରୁ ଆସେଟ ର କର୍ମଚାରି ଶିକ୍ଷକ ଓ ଶିକ୍ଷୟିତ୍ରୀ ସହିତ ଛାତ୍ରଛାତ୍ରୀ ଅଭିଭାବକ ଓ ଅଭିଭାବିକା ଓ ଢେଙ୍କାନାଳ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ‘ଓ’ ଲେବୁଲ କୋର୍ସ କୁ ସୁଚାରୁ ରୂପେ ସଂପାଦନ କରି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି କରିବାରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ରଭାତ ଦେହୁରୀ ଓ ସହ ନିର୍ଦ୍ଦେଶିକା ବିଜୟ ଲକ୍ଷ୍ମୀ ଦେହୁରୀ ଜଣାଇଛନ୍ତି । ଶିକ୍ଷା ଅନୁଷ୍ଠାନର ସଂସ୍କୃତି ଚୈଧୁରୀ, ରାକେଶ ବେହେରା ଉତ୍ତମ ପାଠ ପଢାଇବା ସହିତ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ କରିବେ ବୋଲି ପ୍ରତିଶୃତ ଦେଇଛନ୍ତି ।ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ଆଶୁ ତୋଷ,ରୂପଶ୍ରୀ, ଶକ୍ରିମୟୀ, ଶିଳ୍ପା, ପ୍ରତିଭା, ସତ୍ୟଜିତ,ଶୁଭସ୍ମିତା କହିଥିଲେ ଯେ ଆସେଟ୍ ଏକ ସୁନାମଧନ୍ୟ ଅନୁଷ୍ଠାନ ଓ ଚଳିତ ବର୍ଷ ‘ଓ’ ଲେବୁଲ ମାନ୍ୟତା ପାଇଥିବାରୁ ଖୁସି ବ୍ୟକ୍ତି କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ।

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା 

Sunil Chandra Nayak

Leave a Comment

error: Content is protected !!