ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ପାଳିତ 

 କର୍ଲାମୁଣ୍ଡା: ସାମ୍ବାଦିକର ଧର୍ମ ସତ୍ୟନିଷ୍ଠ ଖବର ପରିବେଷଣ କରିବା । ବିନା ତଥ୍ୟରେ କାହାକୁ ବ୍ୟକ୍ତିଗତ ଟାର୍ଗେଟ କରିବା ଉଚିତ ନୁହେଁ କିନ୍ତୁ ତାହା ପ୍ରମାଣ ଥିଲେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ ତା ନାମରେ ଖବର ପରିବେଷଣ କରିବା ଉଚିତ୍ । ଏହା ଦ୍ୱାରା ସମ୍ବାଦିକତା ଧାରା ଅକ୍ଷୂର୍ଣ୍ଣ ରହିପାରିବ ବୋଲି କର୍ଲାମୁଣ୍ଡା ପ୍ରେସକ୍ଲବ ର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମାଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବ ଡଃ ନୃପରାଜ ସାହୁ, ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲା ପ୍ରକଳ୍ପ ପ୍ରଶାସକ (ଆଇ.ଟି.ଡି.ଏ) ଫାଲଗୁନୀ ମାଝୀ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଅଂଶୁମାନ ପାତ୍ର, ଲାଞ୍ଜିଗଡ ପ୍ରେସକ୍ଲବ ସଭାପତି କୈଳାସ ସାହୁ, ସମ୍ପାଦକ ସୁଶୀଲ କୁମାର ବାଗ, ମ.ରାମପୁର ପ୍ରେସକ୍ଲବ ସଂପାଦକ ହେମନ୍ତ ସାହୁ ଯୋଗଦେଇ କର୍ଲାମୁଣ୍ଡା ବ୍ଲକ ପରି ଗ୍ରାମାଞ୍ଚଳରେ ପ୍ରେସକ୍ଲବ ଟିଏ ୨୫ବର୍ଷ ପୂରଣ କରିବା ଅତ୍ୟନ୍ତ ଗୌରବ ଓ ଅଗ୍ରଗତି ର ସୂଚନା ବୋଲି ପ୍ରକାଶ କରିଥିଲେ । ସଂପାଦକ ପ୍ରଦୀପ କୁମାର ସାହୁ ସ୍ୱାଗତ ଓ ଅତିଥି ନିମନ୍ତ୍ରଣ ରଖିଥିବା ବେଳେ ଉପଦେଷ୍ଠା କମ୍ବୁପାଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ନ୍ୟୁଜ-୧୮ ର ଜିଲ୍ଲା ପ୍ରତିନିଧି ଅଂଶୁମାନ ପାତ୍ର ଙ୍କୁ ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ ଓ ମ.ରାମପୁର ‘ପ୍ରମେୟ’ ପ୍ରତିନିଧି ହେମନ୍ତ ସାହୁ ଙ୍କୁ ଜଗଦିଶ ନାଏକ ସ୍ମାରକୀ ଯୁବ ସାମ୍ବାଦିକତା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ବିଶିଷ୍ଟ ଚିତ୍ରଶିଳ୍ପୀ ବସନ୍ତ ବାଗ, ଦିଲିପ ବାଗ ଓ ଗୀତିକାର, ସଂଗୀତ ନିର୍ଦ୍ଦେଶକ ପ୍ରକାଶ କୁମାର, ନୃତ୍ୟଶିଳ୍ପୀ ଅନ୍ୱେଷା ପୁଟେଲ, ଖୁଲଣା ବୁଡେକ ଏବଂ ଫଟକାମାଲ ଡ୍ୟାନ୍ସ ଗୃପକୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ପରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଶିଷ୍ଟ କଳାକାର ମଧୁସୂଦନ ବାଗ ପରିଚାଳନା କରିଥିଲେ । ଏଥିରେ ସାମ୍ବାଦିକ ଭଜଶ୍ୟାମ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ପ୍ରଦୀପ ରଣା, ସୁଶାନ୍ତ ରଣା (ମସୀହା, ପ୍ରତିନିଧି), ପବିତ୍ର ସାହୁ, ବଣ୍ଟି ବଗର୍ତ୍ତୀ, ମନୋଜ ଜୈନ, ବାଲ୍ମକୀ ଛତ୍ରିଆ, ସୋନୁ ରଣା, ଜିତୁ ଭୋଇ, ଜୀବରଧନ ସାହୁ, ପ୍ରଦୀପ ଛତ୍ରିଆ ସହଯୋଗ କରିଥିଲେ । ଏହି ସମାରୋହରେ ମ.ରାମପୁର, ଲାଞ୍ଜିଗଡ, ନର୍ଲା ଅଞ୍ଚଳର ସାମ୍ବାଦିକ ଙ୍କ ସମେତ ସ୍ଥାନୀୟ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସାହିତ୍ୟ ଅଗଣା

Sunil Chandra Nayak

ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରି ଯାନ କ୍ରୁଟ ଯୋଗାଇ ଦେଉଛି ତାଲିମ

ଜୁନାଗଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!