ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

 କାମାକ୍ଷାନଗର_୨୦/୦୯/୨୨_ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡ ଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା |ଯାହାଙ୍କ ପୁରା ନାମ ହେଉଛି ଅନନ୍ତ ଚରଣ ଦାସ |ସେ ପାଖାପାଖି ଦୁଇ ବର୍ଷ ହେଵ ଏହି ଜଙ୍ଗଲ ଜମିରେ ଥିବା ବଡ଼ ବଡ଼ ଗଛ କାଟି ସଫା କରିବା ସହ ସେଠାରେ ଏକ ଆଶ୍ରମ ସ୍ଥାପନ କରିଛନ୍ତି |ଏମିତିକି ସେଠାକୁ ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ବନ୍ୟଜନ୍ତୁ କୁ ଶିକାର କରି ତାହାର ଦାନ୍ତ ଚମଡା ଶିଙ୍ଗ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି |ତେବେ ଏ ନେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଙ୍କୁ ଅଭିଯୋଗ କରିବା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ବାବାକୁ ଗିରଫ ସହ ଉକ୍ତ ମଠ କୁ ଜବରଦଖଲ ଉଛେଦ ପାଇଁ ମୁକ୍ତାପଶି ଫରେଷ୍ଟର ଙ୍କୁ ନିର୍ଦେଶ ଦେଇଥିଲେ |ତେବେ ଫରେଷ୍ଟ ଶ୍ରୀ ଭଞ୍ଜ ଆଜି ସମ୍ପୃକ୍ତ ବାବଙ୍କୁ ଗିରଫ କରିଥିବା ବେଳେ କାଲି କୋର୍ଟ ଚାଲଣ କରାଯିବା ସହ ଆସନ୍ତା କାଲି ଉକ୍ତ ମଠ କୁ ଜବରଦଖଲ ଉଛେଦ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି |

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ମମତା ସାହୁ, ଗାଈ ଗାଁ, କଳାହାଣ୍ଡି  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ@୨୦୪୭ ପାଳିତ

Sunil Chandra Nayak

Leave a Comment

error: Content is protected !!