ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଜୀବନ ଯନ୍ତ୍ରଣା

 ଜୀବନ ଯନ୍ତ୍ରଣା

 ତ୍ରିଲୋଚନ ପାଢ଼ୀ 

ସୁଅ ମୁଁହରେ 
ପତର ପରି 
ଜୀବନ ଯନ୍ତ୍ରଣାମୟ 
ଜୀବନ ଅଛି ତ 
ଯନ୍ତ୍ରଣା ରହିବ 
କରିବାନି କେବେ ଭୟ. 
ଏଇତ ଜୀବନ 
ଜୀବନ୍ତ ମରଣ 
ଯନ୍ତ୍ରଣା ତ ପ୍ରତି କ୍ଷଣେ 
ଦେଖି ହୁଏ ନାହିଁ 
ଦେଖାଇ ହୁଏନା 
ଅନ୍ତର କ୍ଷତକୁ କାରେ. 
କହି ହୁଏନି କି 
ସହି ହୁଏ ନାହିଁ 
ମନ ଗହନ ଯନ୍ତ୍ରଣା 
ବଞ୍ଚିଥିବା ଯାଏ 
ସହିବାକୁ ହେବ 
ବାଧା, ବିପଦ, ଯାତନା. 
ନୀଳକଣ୍ଠ ଭଳି 
ବିଷ ପାନ କରି 
ସହିଲେ ସବୁ ଯନ୍ତ୍ରଣା 
ଜୀବନ ନାଟକେ 
ସଫଳ ଚରିତ୍ର 
ଭାବରେ ହୋଇବା ଗଣା. 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର,
ନାଉଗାଁ ସା, ପୋ. ନନ୍ଦିଗ୍ରାମ 
ଭାୟା. ନାଉଗାଁ ହାଟ ଜିଲ୍ଲା. ଜଗତସିଂହପୁର 

Related posts

ଶ୍ରମିକ ଋଷି ଚନ୍ଦନ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ରିପୋର୍ଟ ତଲବ କଲେ ଏନ୍ଏଚ୍ ଆରସି

Sunil Chandra Nayak

ରାଜପୁରରେ ମା ଡୋକରି ଦେବୀଙ୍କ ଦଶହରା ଓ କୁମାରତ୍ସବ ଅନୁଷ୍ଠିତ

Sunil Chandra Nayak

ଆଦର୍ଶ ପାଠାଗାର ରେ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!