Uncategorizedତ୍ରିଲୋଚନ ପାଢ଼ୀ ଙ୍କ କବିତା ଜୀବନ ଯନ୍ତ୍ରଣା by Sunil Chandra NayakSeptember 21, 20220215 Share0 ଜୀବନ ଯନ୍ତ୍ରଣା ତ୍ରିଲୋଚନ ପାଢ଼ୀ ସୁଅ ମୁଁହରେ ପତର ପରି ଜୀବନ ଯନ୍ତ୍ରଣାମୟ ଜୀବନ ଅଛି ତ ଯନ୍ତ୍ରଣା ରହିବ କରିବାନି କେବେ ଭୟ. ଏଇତ ଜୀବନ ଜୀବନ୍ତ ମରଣ ଯନ୍ତ୍ରଣା ତ ପ୍ରତି କ୍ଷଣେ ଦେଖି ହୁଏ ନାହିଁ ଦେଖାଇ ହୁଏନା ଅନ୍ତର କ୍ଷତକୁ କାରେ. କହି ହୁଏନି କି ସହି ହୁଏ ନାହିଁ ମନ ଗହନ ଯନ୍ତ୍ରଣା ବଞ୍ଚିଥିବା ଯାଏ ସହିବାକୁ ହେବ ବାଧା, ବିପଦ, ଯାତନା. ନୀଳକଣ୍ଠ ଭଳି ବିଷ ପାନ କରି ସହିଲେ ସବୁ ଯନ୍ତ୍ରଣା ଜୀବନ ନାଟକେ ସଫଳ ଚରିତ୍ର ଭାବରେ ହୋଇବା ଗଣା. ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ. ନନ୍ଦିଗ୍ରାମ ଭାୟା. ନାଉଗାଁ ହାଟ ଜିଲ୍ଲା. ଜଗତସିଂହପୁର