ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ 

ଚନ୍ଦାହାଣ୍ଡି 21/9(ମ ନି ସ)– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପୋଲିସ ଗତ ମଙ୍ଗଳବାର ରାତି 10 ଟା ରେ ଏକ ବିଦେଶୀ ମଦ ବୋଝେଇ ବୋଲେରୋ କୁ ଜବତ କରିବା ସହ ଥାନା କୁ ଆଣି ଦୁଇ ଜଣ କୁ ଅଟକ ରଖି ପଚରା ଉଚରା ଚଳାଇ ଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନା କେଶ ନଂ 110 /22 ଅନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ ଆଇ ଶିବ ପ୍ରସାଦ ମହାନ୍ତି କୁ ଦେଇଥିବା ସେ ସୂଚନା ଦେଇଛନ୍ତି l ଚନ୍ଦାହାଣ୍ଡି ପୋଲିସ ର ଏତାଦୃଶ୍ୟ କାର୍ଯ ପାଇଁ ବିଭିନ୍ନ ମହଲ ରେ ସ୍ୱାଗତ କରା ଯାଇଛି l

 ପୋଲିସ ସୂତ୍ରନୁସାରେ ଗତ ମଙ୍ଗଳବାର ରାତି 10 ଟା ସମୟ ରେ ଝରିଗାଁ ବିୟରବାର ରୁ ସୁନୀଳ କୁମାର ଯାଦବ (25) ଏବଂ ଜିତେନ୍ଦ୍ର କୁମାର ସିଂ (36) ନାମକ ଦୁଇ ଜଣ କର୍ମଚାରି OR24 A 9174 ନମ୍ବର ଯୁକ୍ତ ଏକ ବୋଲେରୋ ଗାଡି ରେ ଚନ୍ଦାହାଣ୍ଡି ବ୍ଲକ ର ଗ୍ରାମାଞ୍ଚଳ ର ମଦକୋଚିଆ ମାନଂକୁ ଯୋଗାଇବା ପାଇଁ ଆଣୁଥିଲେ l କୌଣସି ସୂତ୍ର ରୁ ଖବର ପାଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏସ ଆଇ ସମୀର ପ୍ରଧାନ ହାବିଲଦାର ବିଦ୍ୟୁତ କୀର୍ତନିଆ ଝରିଗାଁ ଚନ୍ଦାହାଣ୍ଡି ରାସ୍ତା ରେ ଗାଡି କୁ ଜବତ କରି ଚନ୍ଦାହାଣ୍ଡି ଥାନା କୁ ଆଣି ଗାଡିରେ ଥିବା 10 ପେଟି ବିଦେଶୀ ମଦ ବୋତଲ କୁ ଜବତ କରିଥିଲେ l ଜବତ ବିଦେଶୀ ମଦ 80 ଲିଟର ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପ୍ରକାଶ କରିଛି l ଗାଡିରେ ଥିବା ସୁନୀଳ ଯାଦବ ଏବଂ ଜିତେନ୍ଦ୍ର ସିଂ କୁ ଅଟକ ରଖି ପଚରା ଉଚରା ଚଳାଇଥିଲେ l ଅଟକ ଦୁଇ ଜଣ ଅଭିଯୁକ୍ତ ବିହାର ରାଜ୍ୟ ୱାରଙ୍ଗଳ ର ବୋଲି ପୋଲିସ ପ୍ରକାଶ କରିଛି l ଚନ୍ଦାହାଣ୍ଡି ଅଂଚଳ ରେ ବେଆଇନ ମଦ କୋଚିଆ ଚଳାଉ ଥିବା ଲୋକଙ୍କୁ ଯୋଗାଇବା ପାଇଁ ଝରିଗାଁ ବିୟର ବାର ରୁ ଆଣୁଥିବା ପୋଲିସ ପ୍ରକାଶ କରିଛି l ଆଜି ଦୁଇ ଅଭିଯୁକ୍ତ ସୁନୀଳ ଯାଦବ ଏବଂ ଜିତେନ୍ଦ୍ର ସିଂ କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ଏହି ଘଟଣା ର ଅଧିକା ତଦନ୍ତ ଏସ ଆଇ ଶିବ ପ୍ରସାଦ ମହାନ୍ତି ଚଳାଇଛନ୍ତି l

ପ୍ରକାଶ ଥାଉକି ଚନ୍ଦାହାଣ୍ଡି ବ୍ଲକ ରେ 5 ଟି ଦେଶୀ ମଦ ଭାଟି ରହିବା ସହ  ଚନ୍ଦାହାଣ୍ଡି ସଦର ରେ ରହିଛି ଗୋଟିଏ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ l ଏହା ସତ୍ୱେ ଚନ୍ଦାହାଣ୍ଡି ଅଞ୍ଚଳ କୁ କେଉଁ ହିସାବ ରେ ଝରିଗାଁ ବିଦେଶୀ ମଦ ଦୋକାନ ରୁ ଆସୁଛି କାଟୁନ କାଟୁନ ନକଲି ବଟଲିଂ କରାଯାଇଥିବା ବିଦେଶୀ ମଦ l ଏହା ଏକ ବଡ଼ ପ୍ରଶ୍ନବାଚୀ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି l ଏହାର ଉପଯୁକ୍ତ ତଦନ୍ତ କରି କଠୋର ରୁ କଠୋର କାର୍ଯ୍ୟନୁଷ୍ଠାନ ନେବା କୁ ଅଂଚଳବାସୀ ଦାବୀ କରିଛନ୍ତି l ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରା ଯାଇଛି l

       ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଯାପିତ

Sunil Chandra Nayak

ଦଣ୍ଡପାଟ କୁ ପୁଣି ଫେରିଲା ଦାଦନ ଶ୍ରମିକର ମୃତ ଦେହ

ବେହେରା ରେ ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି

Leave a Comment

error: Content is protected !!