ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଧୁମ ଛେଚା ଖାଇଲା ଛେଳି ଚୋର

ବାଲେଶ୍ଵର,୨୧/୯/୨୨- ଛେଳି ଚୋରକୁ ଧରି ନିର୍ଧୁମ ଛେଚିଲେ ଅଞ୍ଚଳବାସୀ । ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡି ଗଡ଼ିଆ ଠାରେ । ସୋର ଅଞ୍ଚଳରୁ ଛେଳି ଚୋରି କରି ଦୁଇ ଜଣ ଯୁବକ ଏକ ବୁଲେଟ ଗାଡିରେ ସୋର-କୁପାରୀରେ ଆସୁଥିବା ବେଳେ କିଛି ଲୋକ ଚୋରକୁ ଧରିବା ପାଇଁ ପିଛା କରିଥିଲେ । ଶେଷରେ ତୁଡ଼ିଗଡ଼ିଆ ଠାରେ ଯୁବକକୁ ଧରିବାରେ ସକ୍ଷମ ହୋଇଥିଲେ । ଯୁବକ ଜଣକୁ ବାନ୍ଧି ନିର୍ଧୁମ ମାଡ଼ ମାରିବା ସହିତ ବାଇକ୍ ଗାଡିକୁ ଭାଙ୍ଗି ଦେଇଥିଲେ । ଅନ୍ୟ ଜଣେ ଯୁବକ ଦୌଡ଼ି ପଲାଇଯାଇଥିବା ନେଇ ସୂଚନା ମିଳିଛି । ଯୁବକ ଜଣଙ୍କର ଘର ସୋର ଅଞ୍ଚଳରେ ବୋଲି ସଂଗୃହିତ ଖବରରୁ ଜଣା ପଡ଼ିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଭୂଷଣଙ୍କ ହତ୍ୟାକାଣ୍ଡ ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ଖୋଳତାଡ଼

Sunil Chandra Nayak

ଧର୍ମଗଡ ରେ ଜାତୀୟ ପତାକା ଦିବସ

Sunil Chandra Nayak

Leave a Comment

error: Content is protected !!