ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବର୍ଦ୍ଧିତ ହେବେ ସହିଦ ପରିବାର

ରାଉରକେଲା/ ଦେଶ ମାତୃକା ର ସେବାକରି ସହିଦ ହୋଇଥିବା ପରିବାର ବର୍ଗ ଙ୍କୁ ଆସନ୍ତା ୨୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟ ଠାରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେକ୍ଟର ୨ ସେହେନାଇ ମଣ୍ଡପ ଠାରେ ଉଦାହରଣ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂପାଦକ ବିମଳ ବିଶି ଏନେଇ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ସୁନ୍ଦରଗଡ ଜିଲ୍ଲାରେ ବିଗତ ଦିନରେ ସହିଦ ହୋଇଥିବା ସିଆରପିଏଫ,ଓଏସଏପି,ସିଆଇଏସଏଫ ଓ ଓଡ଼ିଶା ପୁଲିସ ର ୧୩ ଜଣ ପରିବାର ବର୍ଗଙ୍କୁ ସହିଦ ସମ୍ମାନ ସମାରୋହରେ ସମ୍ମାନିତ କରାଯିବ । ଏହି ସହିଦ ମାନେ ନିଜ ଜୀବନକୁ ବାଜିଲଗାଇ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ତେବେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିନାହିଁ। ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇପାରିନଥିବା ତଥା ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି। ଏହି କ୍ରମରେ ଉଦାହରଣ ଅନୁଷ୍ଠାନ ଜିଲ୍ଲାର ସିଆରପିଏଫ ରୁ ୬, ଓଏସଏପି ରୁ ୨, ସିଆଇଏସଏଫ ରୁ ୨ ଓ ଓଡିଶା ପୁଲିସ ରୁ ୩ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାର କୁ ସମ୍ମାନିତ କରିବ ବୋଲି କୁହାଯାଇଛି । ସହିଦ ହୋଇଥିବା ଯବାନ ମାନେ ହେଲେ ଅନିଲ ଟପ୍ପୋ,ଶିବ ମୁଣ୍ଡାରୀ, ବେଣୁଧର ନାୟକ, ରାଜଗାଙ୍ଗପୁରର ପ୍ରଦୀପ ପଣ୍ଡା ଓ ଫର୍ଟିଲାଇଜର ଅଂଚଳର ପ୍ରଦୀପ ପଣ୍ଡା, ଅମ୍ରିତ କୁମାର ତିର୍କୀ,ରବିନ ଏକ୍କା, ସୁଜିତ କୁମାର ମିଞ୍ଜ,ରାଜ କିଶୋର କୁଲୁ,ମହେନ୍ଦ୍ର ଧାରୁଆ,ଗୋପାଳ ମିଞ୍ଜ, ଲକ୍ଷ୍ମଣ କିଶାନ,ଅଶୋକ କୁମାର ମାଝୀ ପ୍ରମୁଖ । ଜିଲ୍ଲାରେ ଆର୍ମୀ ଓ ପାରା ମିଲିଟାରୀ ମିଶିଲେ ପ୍ରାୟ ୬୦ଜଣ ସହିଦ ହୋଇଛନ୍ତି ବୋଲି କୁହାଯାଉଥିଲେ ହେଁ ସେମାନଙ୍କ ପରିଚୟ ଓ ଠିକଣା ମିଳିଲେ ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ବର୍ଗ ଙ୍କୁ ସମ୍ମାନିତ କରାଯିବ ବୋଲି ଏହି ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଉଦାହରଣର ସଭାପତି ସିଆରପିଏଫର ଡିଆଇଜି ଦୟାନିଧି ତନ୍ତୀ ଟ୍ରେନ୍ ବିଳମ୍ବ ଯୋଗୁଁ ପହଞ୍ଚି ପାରିନଥିଲେ ବି ବାର୍ତ୍ତା ପଠାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଙ୍କର ଜେନା, ସଙ୍କର୍ଷଣ ଜୟପୁରିଆ, ରୋହିତ ମହାନନ୍ଦିଆ, ସୁନିଲ୍ କୟାଲ ମଞ୍ଚାସୀନ ଥିବାବେଳେ ପ୍ରଫେସର୍ ହୃଷିକେଶ ନାୟକ,ଦୁର୍ଗା ତନ୍ତୀ,କବି ନାୟକ, ବିଶ୍ବଜିତ ଜେନା, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ କୟାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

କଙ୍ଗ୍ରା ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ , ନିର୍ମାଣ ଦାବୀ

Sunil Chandra Nayak

ପୋଷାକ ବିତରଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!