ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ମାଆ

       ମାଆ

ଶରତ ଆସିଛି ପାର୍ବଣ କୁ ନେଇ
ବଉଦ ମାଳାର ସାଥେ
ଧରଣୀ ବୁକୁରେ କାସତଣ୍ଡି ହସେ
ମୃଦୁ ମଳୟ ସହିତେ
ଗ୍ରାମ, ପୁର, ପଲ୍ଲୀ, ସହର ବଜାର
ସର୍ଵ ଉତ୍ସବ ମୁଖର
ଜୁଇ, ଜାଇ, ହେନା, ମାଳତୀ, ଟଗର
ଜମାଇ ଦେଇ ଆସର
ପ୍ରତୀକ୍ଷାରେ ସର୍ବେ ଚାହିଁ ରହିଛନ୍ତି
ଆଦ୍ୟାଶକ୍ତି ଆସୁଛନ୍ତି
ବଉଦ ମାଳାକୁ ନୀଳ ଉର୍ମିମାଳା
ସ୍ଵାଗତ ଜଣାଉଛନ୍ତି
ଧରା ପୃଷ୍ଠେ ଧିରେ ବିଜୟ କରନ୍ତି
ଶୈଳସୂତା ମହାମାୟା
ସିଂହ ପୃଷ୍ଠେ ବିଜେ କରନ୍ତି ଜନନୀ
ବିସ୍ତାରିଣ ତାଙ୍କ କାୟା
ଦୁଃଖ ବିନାସିବେ ସୁଖ ବାଣ୍ଟିଦେବେ
ହସି ଉଠିବ ଏ ଧରା
ପରମ ବୈଷ୍ଣବୀ କରୁଣା ସାଗର
ମେଲି ସୁଖର ପସରା
ହୋଇ ଆନନ୍ଦ ବିଭୋରା
ମେଲିବେ ସୁଖ ପସରା

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।।

Sunil Chandra Nayak

ରାଜସ୍ବ ଗୃହ ନିର୍ମାଣ ଚାଲିଛି , ସରପଞ୍ଚ ଜାଣି ନାହାନ୍ତି କେଉ ବିଭାଗ ଓ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି l

Sunil Chandra Nayak

Leave a Comment

error: Content is protected !!