ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାନକୀ ମହାନ୍ତ ଙ୍କ କବିତା କାଶତଣ୍ଡୀ

       କାଶତଣ୍ଡୀ

 

      ଜାନକୀ ମହାନ୍ତ

ଶରତ ପ୍ରଭାତେ ଶିଶିର ବିଧୌତେ
ରବି’ ସ୍ୱର୍ଣ୍ଣାଭ କିରଣେ,
ଶୁଭ୍ର କାନ୍ତି ଆଭା ଅତି ମନୋଲୋଭା
କାଶତଣ୍ଡୀ ହସେ ବଣେ ।।
ଧୋବ ଫରଫର ମାଖି ଚାନ୍ଦ କର
ନାଚେ ନଈ ପଠା ଧାରେ,
ଭାସେ ଧଳା ମେଘ ଅଧୀର ଅମୋଘ 
ନଭେ ପ୍ରୀତି ସମ୍ଭାରରେ ।।
କାଶତଣ୍ଡୀ ରାଣୀ ମଧୁ ପ୍ରଣୟିନୀ
କ୍ଷୀଣ କଟି ସ୍ୱଚ୍ଛ କାୟା,
ଅଙ୍ଗେ ଅଙ୍ଗେ ଭରା ନବ ଯଉବନ
ରୂପେ ମାଦକତା ମାୟା ।।
ତା’ ଶ୍ୱେତ ଚାମର ପରଶ ମଧୁର
ମନ ମୋହେ ଧୀର ଛୁଆଁ,
ଶୁଭ୍ର ଜ୍ୟୋତ୍ସ୍ନା ରଙ୍ଗେ ବୋଳି ଦିଏ ଅଙ୍ଗେ
ପଣତ ତା’ଅମାନିଆ।।
କରି ମଥା ନତ କରେ ପ୍ରଣିପାତ
ଗାଏ ପ୍ରେମର ରାଗିଣୀ,
ଉଷା କାଳେ ହସ ଉକୁଟି ଉଠେ ତା’
ମୁକୁତା ଫୁଆରେ ରାଣୀ।।
କାଶତଣ୍ଡୀ ଛୁଆଁ ଲଗାଇଲା ନିଆଁ
ଜାଗେ ମନେ ଶିହରଣ,
ଶାନ୍ତ ସୁକୋମଳ ବାତ ସୁଶୀତଳ
ଦିଏ ମଧୁ ଆଲିଙ୍ଗନ ।।
ଛାତି ତଳ ତାତି ପ୍ରଣୟରେ ମାତି
ବଢ଼େ ମହୁଲିଆ କୋହ,
ପ୍ରାଣବାୟୁ ଉଡି ଯିବା ଆଗରୁ ମୋ’
ଦେଖା ଦେବ ସାଥି କୁହ??
 ରାଜ୍ୟ ଉପ-ସଭାପତି
 ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର, ଓଡ଼ିଶା
  ବେଙ୍ଗାଲୁରୁ

 

Related posts

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

ଠିକାଦାରଙ୍କ ଠାରୁ ଚାନ୍ଦା ଅସୁଲି ଅଭିଯୋଗ ରେ  ବନ୍ଧୁକଧାରୀ ଗିରଫ 

ନିମ୍ବ ବୃକ୍ଷରୁ ଝରୁଛି କ୍ଷୀର

Leave a Comment

error: Content is protected !!