ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷକ ଓଡିଶା ସଚେତନତା କାର୍ଯ୍ୟକ୍ରମ

   ଡାବୁଗାଁ, ୨୧/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୃଷି ବିଭାଗ ତରଫରୁ ୩ ଦିନ ବ୍ୟାପୀ କୃଷକ ଓଡିଶା ସଚେତନତା କାର୍ଯ୍ୟକ୍ରମ ବୁଧବାର ଶେଷ ହୋଇଛି | ଏଥିରେ କୃଷି ରଥ ବାହାରି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହ କୃଷି ଅଧିକାରୀ ମାନେ ବ୍ଲକ ଅଧୀନ ସମସ୍ତ ପଞ୍ଚାୟତ ଓ ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏଥିରେ ସମସ୍ତ ଚାଷୀ ଭଉଣୀଭାଇ ମାନେ ନିକଟସ୍ଥ ମୋ ସେବା କେନ୍ଦ୍ର କୁ ଯାଇ ମାଗଣାରେ କୃଷକ ଓଡିଶା ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ | ନାମ ପଞ୍ଜିକରଣ ଶେଷ ତାରିଖ ୩୧ ଅକ୍ଟୋବର ପର୍ଯ୍ୟନ୍ତ ରହିଛି | ଏହି କୃଷକ ଓଡିଶା ପୋର୍ଟାଲରେ ନାମ ପଞ୍ଜୀକରଣ ସହିତ ନିଜର ଜମି ଜମା ସମ୍ପର୍କିତ ସମସ୍ତ ତଥ୍ୟ ଅପଲୋଡ କରି କୃଷି, ପନିପରିବା, ଫଳ ଓ ଫୁଲ ଚାଷ, ମତ୍ସ୍ୟ ଚାଷ ଏବଂ ପ୍ରାଣୀଧନ ପାଳନ ସମ୍ବଧୀୟ ବିଭିନ୍ନ ଯୋଜନାର ସୁଯୋଗ ନେବା ପାଇଁ ସଚେତନ କରାଯାଇଥିଲା | ଏହା ସହ କେନ୍ଦ୍ର ସରକାର ଙ୍କ ପିଏମ-କିଷାନ ହିତାଧିକାରୀ ମାନେ ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ଇ-କେୱାଇସି ଏବଂ ଜମିଜମା ର ତଥ୍ୟ କୃଷକ ଓଡିଶା ପୋର୍ଟାଲରେ ଅପଲୋଡ କରିବା ପାଇଁ ସଚେତନ କରାଯାଇଥିଲା | ଏଥିରେ ଡାବୁଗାଁ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ସମସ୍ତ କୃଷି ଅଧିଦର୍ଶକ ମମତା ସାହୁ, ନୀଳକଣ୍ଠ ପଣ୍ଡା, କିଶୋର ଚନ୍ଦ୍ର ନାୟକ, ସୁଧାଂଶୁ କୁମାର ବରାଡ, ଗ୍ରାମ୍ୟ କୃଷି କର୍ମଚାରୀ ସୁଶାନ୍ତ କୁମାର ରାଉତ, ବ୍ଲକ ବୈଷୟିକ ପରିଚାଳକ ସୁରେନ୍ଦ୍ରସିଂକୌରବ, ସହକାରୀ ବୈଷୟିକ ପରିଚାଳକ କେ. ଉଦୟା କୁମାରୀ, ସମସ୍ତ କୃଷକ ସାଥି ମାନେ ଓ କୃଷି ଉନ୍ନତ ସହାଯୋଗୀ ଛାତ୍ରୀ ସୁକନ୍ୟା ସୁର ପ୍ରମୁଖ ସାମିଲ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

କବିତା – ପୋଡ଼ା ତରକାରୀ ହେବକି ରୁଚି

Sunil Chandra Nayak

କୁସୁମି ତହସିଲ ତରଫରୁ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବା ପାଇଁ ଘୁସୁରିଆ ହିଲ୍ ପ୍ରାଙ୍ଗଣରେ ୪ଟି ଗ୍ରାମକୁ ନେଇ ପଲ୍ଲୀସଭା

Sunil Chandra Nayak

Leave a Comment

error: Content is protected !!