ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ଲାନେଟ୍ ଆର୍ଥ ସୌରଶକ୍ତି ଆଧାରିତ କର୍ମଶାଳା

ରାଉରକେଲା/ ବ୍ୟୟବହୁଳ ବିଦ୍ୟୁତ ଶକ୍ତି ବ୍ୟବହାରକୁ ନିୟନ୍ତ୍ରଣ କରି ପରିବେଶ ସୁରକ୍ଷା ପାଇଁ ବିକଳ୍ପ ଋପେ ସୌରଶକ୍ତି ପ୍ରକୃତିର ଆଶୀର୍ବାଦ ବୋଲି ଅବହିତ କରାଯାଇଛି । ସୂର୍ଯ୍ୟାଲୋକକୁ ବିଭିନ୍ନ ଉପାୟରେ ସୌରଶକ୍ତି ସଂଗ୍ରହ କରି ଦୈନନ୍ଦିନ ବ୍ୟବହାର ପାଇଁ ସ୍ବଳ୍ପ ଖର୍ଚ୍ଚ ରେ ଏହା ଉପଲବ୍ଧ ହୋଇଥାଏ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରି ସ୍ପଷ୍ଟ ଧାରଣା ଦେବାକୁ ପ୍ଲାନେଟ୍ ଆର୍ଥ ସୌର ପ୍ରକଳ୍ପ ଓ କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ ସବୁଜ ସୂର୍ଯ୍ୟ ‘ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରକଳ୍ପ ମୁଖ୍ୟ ଜ୍ଞାନଜିତ୍ ଦାସ ସୌରଶକ୍ତି ସଂରକ୍ଷଣ, ଏହାର ବ୍ୟବହାର ଓ ପରିବେଶ ସନ୍ତୁଳନ ଇତ୍ୟାଦି ସଂପର୍କରେ ଭିଡିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ପ୍ରାରମ୍ଭରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଅଭୟ କୁମାର ଦାସ ଓ ସଂଘର ବରିଷ୍ଠ କର୍ମକର୍ତ୍ତା ଚିତ୍ତରଞ୍ଜନ ଦାସ ସୌରଶକ୍ତି କିପରି ପ୍ରକୃତି କୁ ସୁରକ୍ଷା ଦେବ ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରିବା ସହ ସମସ୍ତେ ସୌରଶକ୍ତି ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଅମୂଲ୍ୟ ଚରଣ ବରାଳ ସୌରଶକ୍ତି ର ଉପାଦେୟତା ଉପରେ ଆଲୋଚନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମାଧ୍ୟମରେ ସୌରଶକ୍ତି ବିନିଯୋଗ ଓ ଏହାର ଉପକାରିତା ସଂପର୍କରେ ଅବଗତ ହୋଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅର୍ପିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଘୋଷଯାତ୍ରା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଇନ୍ଦ୍ରଧନୁ

Sunil Chandra Nayak

Leave a Comment

error: Content is protected !!