ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଗୁଣ୍ଡୁଚି ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ସେବାଶିବିର

ରାଉରକେଲା/ ସହରର ସ୍ବେଚ୍ଛାସେବୀ ସେବାଧର୍ମୀ ଅନୁଷ୍ଠାନ ଗୁଣ୍ଡୁଚି ପକ୍ଷରୁ ଗରୀବ ଲୋକଙ୍କ ପାଇଁ ଏକ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ବାସନ୍ତୀ କଲୋନୀ ସ୍ଥିତ ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରକ୍ତଚାପ, ମଧୁମେହ, ଇସିଜି ଆଦି ପରୀକ୍ଷାମାନ କରାଯାଇଥିଲା। ଭୂବନେଶ୍ବର ଆମ୍ରି ହସ୍ପିଟାଲରୁ ଆସିଥିବା ଡା. ବିଭୁଦତ୍ତ ବେହେରା ଓ ୬ ଜଣ ସ୍ବାସ୍ଥ୍ୟ ସହକର୍ମୀ ମାନେ ରୋଗୀମାନଙ୍କର ପରୀକ୍ଷା କରି ରିର୍ପୋଟ ପ୍ରଦାନ କରିଥିଲେ। ଉକ୍ତ ଶିବିରରେ ୧୦୭ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଗୁଣ୍ଡୁଚିର ସଭାପତି ଭଗବାନ ରାଉତ ଓ ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ମହାନ୍ତି, ଡା. ବେହେରା ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଅମୁଲ୍ୟ ମିଶ୍ର, ପ୍ରଫେସର ଜେ.କେ. ରାଓ, ରାଜୀବ ଲୋଚନ ବେହେରା, ଗଗନ ରାଉତ, ଭରତ ଧଳ, ସତ୍ୟଜିତ ସୂତାର, ଅମୀୟ ଶତପଥୀ, ସୁବାସ ସାମଲ, ବୁଲୁ ପରିଡ଼ା, ରଞ୍ଜନ ଦିକ୍ଷୀତ, କୁଞ୍ଜ ପ୍ରଧା‌ନ, ଗୋପବନ୍ଧୁ ପାଣିଗ୍ରାହୀ, ସରୋଜ ପାତ୍ର, ଯୁଧିଷ୍ଠିର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ପଲାଇ, ରାଧାକୃଷ୍ଣ ମିଶ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଝାଡାବାନ୍ତି ରୋଗରେ ଆକ୍ରାନ୍ତ ସଂଖ୍ୟା ୨୩ କୁ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୩ କୁ ପହଞ୍ଚିଛି

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

ମାରୁୱାଡି ଯୁବା ମଞ୍ଚ ଦ୍ୱାରା ନିଶୁଳ୍କ କ୍ୟାନ୍ସର ପରୀକ୍ଷା ଶିବିର

Sunil Chandra Nayak

Leave a Comment

error: Content is protected !!