ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଵିରହୀ ଗୀତ

     ଵିରହୀ ଗୀତ

   ଉପେନ୍ଦ୍ର କୁମାର ବସ୍ତିଆ

   
କୃଷ୍ଣ କେଶବ ହେ ••••
ମଥୁରାକୁ ଗଲ ଚାଲି 
କାହା ବୋଲେ ତୁମେ ବାହୁଡ଼ି ନୋହିଲ 
    କୁଞ୍ଜବନ ଆଜି ଖାଲି 
କୃଷ୍ଣ କେଶବ ହେ •••••।
ଶ୍ରୀ ରାଧା ଖୋଜଇ ବ୍ୟାକୁଲିତ ହୋଇ 
    ଯଶୋଦା ହୁଏ ବାଉଳି 
ନନ୍ଦରାଜା ମନେ ଭାବୁଛନ୍ତି ଧ୍ୟାନେ 
    ଶୁଭୁ ନାହିଁ ପଦ ଚାଲି 
କୃଷ୍ଣ କେଶବ ହେ ••••।
ବ୍ରଜବାସୀ ଗଣ ଆସି ଜଣ ଜଣ 
    ହୋଇଲେଣି ଏକ ମେଳି 
ଚାଲ ଆମେଯିବା କାନନେ ଖୋଜିବା 
    କାହିଁ ଗଲେ ବନ ମାଳୀ 
କୃଷ୍ଣ କେଶବ ହେ •••••।
ଶ୍ରୀ ରାଧା କୁହଇ ମସ୍ତକ ହଲାଇ
    ଆଲୋ ଆଲୋ ଚନ୍ଦ୍ରାବଳୀ 
ଦେଖିଛକି ତୁମେ ଯମୁନା ପୁଳିନେ
    ମୋ ହ୍ରୁଦୟ ଗଳା ମାଳୀ
କୃଷ୍ଣ କେଶବ ହେ ••••••।
ଗୋ ବତ୍ସା ପଲ ଛାଡ଼ି ତୃଣ ମୂଳ 
    ଦୁଃଖେ ହୁଅନ୍ତି ହମ୍ଭାଳୀ
ଯଶୋଦା କାନ୍ଦଇ ମୁଣ୍ଡ କୋଡ଼ି ହୋଇ
    କାହିଁ ଗଲା ମୋ ଶଙ୍ଖାଳି
କୃଷ୍ଣ କେଶବ ହେ •••••।
 ଥିଲା ଗୋପପୁର ରାଧା କୃଷ୍ଣଙ୍କର 
    ଅପୂର୍ବ ଐଶ୍ୱର୍ଯ୍ୟ କେଳି
 ଆଉକି ଫେରିବେ ମଥୁରା ପୁରରୁ
    କୁଞ୍ଜବନ ଲାଗେ ଖାଲି 
କୃଷ୍ଣ କେଶବ ହେ ,•••••।

ରାଉରକେଲା

Related posts

କିକିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କବି ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଜଙ୍ଗଲ ସୁରକ୍ଷା 

Leave a Comment

error: Content is protected !!