ଢେଙ୍କାନାଳ (ମ ନି ସ)୨୩/୦୯ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ( RBI Ombudsman ) ଅଫିସ ଦ୍ୱାରା ଢେଙ୍କାନାଳର ଟାଉନ ହଲରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଜର୍ଭ ବ୍ୟାଙ୍କ ର ଲୋକପାଳ ( Ombudsman ) ଶ୍ରୀ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଭିଜର୍ଭ ବ୍ୟାଙ୍କ ଇଣ୍ଟିଗ୍ରେଟେଡ୍ ଓମୁବ୍ମ୍ୟାନ୍ ସ୍ତମ୍ 2021 ( ଆରଟି – ଆଇଓଏସ୍ . 2021 ) ଉପରେ ଆଲୋଚନା କରିଛନ୍ତି। ଏହି ସ୍କମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ବାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ( ADR ) ପ୍ରଣାଳୀ l ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ , NBFC ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ଵାରା ନିୟନ୍ତ୍ରତ ସଂସ୍ଥା ମାନଙ୍କର ଗ୍ରାହକଙ୍କର ରକ୍ତ ସଂସ୍ଥା ହାରା ପ୍ରଦର ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ , ତେବେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ । ଯଦି 30 ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କ ସମସ୍ୟାର ସମାଧାନ ନ କରେ କିମ୍ବା ରକ୍ତ ସଂସ୍ଥା ଦ୍ୱାରା ପ୍ରଦର ସମାଧାନ ରେ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି , କିମ୍ବା ୦ ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କୁ କୌଣସି ଉତ୍ତର ନ ମିଳିଛି, ତେବେ ଅସନ୍ତୁଷ୍ଟ ଗ୍ରାହକ ଆରବିଆର ଲୋକପାଳ ( RBI Ombudsman ) ଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ ଦାଖଲ କରିବାର ସହଜ ଉପାୟ ହେଉଛି ଏହାକୁ https://cms.rbi.org.in ପୋର୍ଟାଲ ମାଧ୍ୟମରେ ଅନଲାଇନ ଫାଇଲ କରିବା | ଅଭିଯୋଗକାରୀ ତୁରନ୍ତ ଅଭିଯୋଗ ନମ୍ବର ସହିତ ଏକ ସ୍ଵୀକୃତି ପତ୍ର ପାଆନ୍ତି , ଯାହା ସେ ତାଙ୍କ ଅଭିଯୋଗର ଅଗ୍ରଗତି ଜାଣିବା ପାଇଁ ବ୍ୟବହାର କରିପାରିବେ । ଅଭିଯୋଗ ଦାଖଲ କରିବା ସମୟରେ , ଅଭିଯୋଗକାରୀ ତାଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ଦେବା ଘଟିତ୍ ଯାହା ଦ୍ଵାରା ଆଉ ବି ଆଇ ଲୋକପାଳ ଅଫିସ୍ ତାଙ୍କ ସହିତ ସହଜରେ ଯୋଗାଯୋଗ କରିପାରିବ । ବ୍ୟାଙ୍କ ଗ୍ରାହକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାଇବର ଜାଲିଆତି ବିଷୟରେ ଆଲୋଚନା କରି ଶ୍ରୀ ପଙ୍କଜ କୁମାର ନାୟକ କହି ଥିଲେ ସେ ସାଇବର ଠକ ମାନେ ଏବେ ଏଟିଏମ୍ କାର୍ଡ ବ୍ୟବହାର ନକରି ମୋବାଇଲ୍ ବ୍ୟାଙ୍କିଙ୍ଗ ର ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍କ ମାଧ୍ୟମରେ ଗ୍ରାହକଙ୍କୁ ଠକିବା କାମ କରୁଛନ୍ତି । ସାଇବର ଠକମାନେ ବିଭିନ୍ନ କଳା କୌଶଳ ବ୍ୟବହାର କରି , ସରଳ ଗ୍ରାହଜଙ୍କ ଠାରୁ ବ୍ୟାଙ୍କ ଖାତା ସମ୍ପର୍କୀୟ ଗୋପନୀୟ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କର ଆକାଉଣ୍ଟ ରୁ ଜାଲିଆତି କରି ଟଙ୍କା ହଡପ କରୁଛନ୍ତି | ଲୋକମାନଙ୍କ ର ” ଲୋଭ ” ଏବଂ ” ଅଜ୍ଞତା ” ହେତୁ ସାଇବର ଠକମାନଙ୍କ ଜାଲରେ ପଡ଼ି ଥାନ୍ତି। ଶ୍ରୀ ନାୟକ ତାଙ୍କ ଭାଷଣ ରେ ନିରାପଦ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କୀୟ ଅନେକ ଉପାଦେୟ ତଥ୍ୟ କହିଥିଲେ ଏବଂ ଉପସ୍ଥିତ ଶ୍ରୋତା ମାନଙ୍କୁ ସର୍ଚ ଇଞ୍ଜିନ ବ୍ୟବହାର କରି ଇଣ୍ଟରନେଟରୁ କଷ୍ଟମର – କେୟାର ଫୋନ ନମ୍ବର ନ ଖୋଜି ଡେବିଟ କାର୍ଡ , କ୍ରେଡିଟ କାର୍ଡ ରେ ଦିଆଯାଇଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ ( ଅନୁଷ୍ଠାନର ୱେବସାଇଟରେ ଦିଆଯାଇଥିବା ଫୋନ ନମ୍ବରକୁ ବ୍ୟବହାର କରିବାକୁ ତଥା ଆର୍ଥିକ କାରବାର କରିବା ପାଇଁ କେବଳ ସୁରକ୍ଷିତ ୱେବସାଇଟ୍ ଯାହାର URL ରେ https ଅଛି , ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଆରବିଆଇ ଅଧିକାରୀମାନେ RB – IOS , 2021 ଏବଂ ଡିଜିଟାଲ୍ ଠକେଇ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଏହି ଆଲୋଚନାରେ ଶ୍ରୀ ଆଶିଷ ରାଜମଣି କେର୍କେଟା , ଡେପୁଟି ଓଫେଟ୍ସମ୍ୟାନ୍ ଏବଂ ଆରବିଆଇର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୋତା ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଶ୍ରୀ ଆଶିଷ କୁମାର ନାୟକ , ଆଞ୍ଚଳିକ ପରିଚାଳକ , ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ , ଶ୍ରୀ ପ୍ରଶାନ୍ତ କୁମାର ଦାଶ DDM , NABARD , ଶ୍ରୀ ବିକ୍ରମ କେଶରୀ ମଣ୍ଡଳ , ଆଞ୍ଚଳିକ ପରିଚାଳକ , ଏସବିଆଇ ଶ୍ରୀ ସରୋଜ ସିଂ ” ଏଲ.ଡି.ଏମ , ୟୁ କୋ ବ୍ୟାଙ୍କ , ଢେଙ୍କାନାଳ ତଥା ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଏହି କାର୍ଯକ୍ରମ ରେ ଭିଭିନ୍ନ ବ୍ୟାଙ୍କ ର ପ୍ରାୟ 150 ଗ୍ରାହକ ମଧ୍ୟ ଭାଗ ନେଇଥିଲେ । ଓପନ୍ ହାଇସ୍ ଅଧିବେଶନରେ ଆରବିଆଇ ଅଧିକାରୀ / ଲୋକପାଳ ଶ୍ରୋତା ମାନଙ୍କ ଭିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶ୍ରୀ ସରୋଜ ସିଂ ” , ଏ.ଜି.ଏମ୍ . ୟୁ ଜୋ ବ୍ୟାଙ୍କ ଙ୍କ ସକ୍ରିୟ ସହଯୋଗରେ ଆରବିଆଇ ଲୋକପାଳ କାର୍ଯ୍ୟାଳୟ ଦ୍ବାରା ଏ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ରେ ବୋଧହୁଏ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ