ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ (ମ ନି ସ)୨୩/୦୯  ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ( RBI Ombudsman ) ଅଫିସ ଦ୍ୱାରା ଢେଙ୍କାନାଳର ଟାଉନ ହଲରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଜର୍ଭ ବ୍ୟାଙ୍କ ର ଲୋକପାଳ ( Ombudsman ) ଶ୍ରୀ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଭିଜର୍ଭ ବ୍ୟାଙ୍କ ଇଣ୍ଟିଗ୍ରେଟେଡ୍ ଓମୁବ୍‌ମ୍ୟାନ୍‌ ସ୍ତମ୍ 2021 ( ଆରଟି – ଆଇଓଏସ୍ . 2021 ) ଉପରେ ଆଲୋଚନା କରିଛନ୍ତି। ଏହି ସ୍କମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ବାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ( ADR ) ପ୍ରଣାଳୀ l ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ , NBFC ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ଵାରା ନିୟନ୍ତ୍ରତ ସଂସ୍ଥା ମାନଙ୍କର ଗ୍ରାହକଙ୍କର ରକ୍ତ ସଂସ୍ଥା ହାରା ପ୍ରଦର ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ , ତେବେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ । ଯଦି 30 ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କ ସମସ୍ୟାର ସମାଧାନ ନ କରେ କିମ୍ବା ରକ୍ତ ସଂସ୍ଥା ଦ୍ୱାରା ପ୍ରଦର ସମାଧାନ ରେ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି , କିମ୍ବା ୦ ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକ ଙ୍କୁ କୌଣସି ଉତ୍ତର ନ ମିଳିଛି, ତେବେ ଅସନ୍ତୁଷ୍ଟ ଗ୍ରାହକ ଆରବିଆର ଲୋକପାଳ ( RBI Ombudsman ) ଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ ଦାଖଲ କରିବାର ସହଜ ଉପାୟ ହେଉଛି ଏହାକୁ https://cms.rbi.org.in ପୋର୍ଟାଲ ମାଧ୍ୟମରେ ଅନଲାଇନ ଫାଇଲ କରିବା | ଅଭିଯୋଗକାରୀ ତୁରନ୍ତ ଅଭିଯୋଗ ନମ୍ବର ସହିତ ଏକ ସ୍ଵୀକୃତି ପତ୍ର ପାଆନ୍ତି , ଯାହା ସେ ତାଙ୍କ ଅଭିଯୋଗର ଅଗ୍ରଗତି ଜାଣିବା ପାଇଁ ବ୍ୟବହାର କରିପାରିବେ । ଅଭିଯୋଗ ଦାଖଲ କରିବା ସମୟରେ , ଅଭିଯୋଗକାରୀ ତାଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍‌ ଆଇଡି ଦେବା ଘଟିତ୍ ଯାହା ଦ୍ଵାରା ଆଉ ବି ଆଇ ଲୋକପାଳ ଅଫିସ୍ ତାଙ୍କ ସହିତ ସହଜରେ ଯୋଗାଯୋଗ କରିପାରିବ । ବ୍ୟାଙ୍କ ଗ୍ରାହକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାଇବର ଜାଲିଆତି ବିଷୟରେ ଆଲୋଚନା କରି ଶ୍ରୀ ପଙ୍କଜ କୁମାର ନାୟକ କହି ଥିଲେ ସେ ସାଇବର ଠକ ମାନେ ଏବେ ଏଟିଏମ୍ କାର୍ଡ ବ୍ୟବହାର ନକରି ମୋବାଇଲ୍ ବ୍ୟାଙ୍କିଙ୍ଗ ର ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍କ ମାଧ୍ୟମରେ ଗ୍ରାହକଙ୍କୁ ଠକିବା କାମ କରୁଛନ୍ତି । ସାଇବର ଠକମାନେ ବିଭିନ୍ନ କଳା କୌଶଳ ବ୍ୟବହାର କରି , ସରଳ ଗ୍ରାହଜଙ୍କ ଠାରୁ ବ୍ୟାଙ୍କ ଖାତା ସମ୍ପର୍କୀୟ ଗୋପନୀୟ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କର ଆକାଉଣ୍ଟ ରୁ ଜାଲିଆତି କରି ଟଙ୍କା ହଡପ କରୁଛନ୍ତି | ଲୋକମାନଙ୍କ ର ” ଲୋଭ ” ଏବଂ ” ଅଜ୍ଞତା ” ହେତୁ ସାଇବର ଠକମାନଙ୍କ ଜାଲରେ ପଡ଼ି ଥାନ୍ତି। ଶ୍ରୀ ନାୟକ ତାଙ୍କ ଭାଷଣ ରେ ନିରାପଦ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କୀୟ ଅନେକ ଉପାଦେୟ ତଥ୍ୟ କହିଥିଲେ ଏବଂ ଉପସ୍ଥିତ ଶ୍ରୋତା ମାନଙ୍କୁ ସର୍ଚ ଇଞ୍ଜିନ ବ୍ୟବହାର କରି ଇଣ୍ଟରନେଟରୁ କଷ୍ଟମର – କେୟାର ଫୋନ ନମ୍ବର ନ ଖୋଜି ଡେବିଟ କାର୍ଡ , କ୍ରେଡିଟ କାର୍ଡ ରେ ଦିଆଯାଇଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ ( ଅନୁଷ୍ଠାନର ୱେବସାଇଟରେ ଦିଆଯାଇଥିବା ଫୋନ ନମ୍ବରକୁ ବ୍ୟବହାର କରିବାକୁ ତଥା ଆର୍ଥିକ କାରବାର କରିବା ପାଇଁ କେବଳ ସୁରକ୍ଷିତ ୱେବସାଇଟ୍ ଯାହାର URL ରେ https ଅଛି , ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଆରବିଆଇ ଅଧିକାରୀମାନେ RB – IOS , 2021 ଏବଂ ଡିଜିଟାଲ୍ ଠକେଇ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଏହି ଆଲୋଚନାରେ ଶ୍ରୀ ଆଶିଷ ରାଜମଣି କେର୍କେଟା , ଡେପୁଟି ଓଫେଟ୍ସମ୍ୟାନ୍‌ ଏବଂ ଆରବିଆଇର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୋତା ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଶ୍ରୀ ଆଶିଷ କୁମାର ନାୟକ , ଆଞ୍ଚଳିକ ପରିଚାଳକ , ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ , ଶ୍ରୀ ପ୍ରଶାନ୍ତ କୁମାର ଦାଶ DDM , NABARD , ଶ୍ରୀ ବିକ୍ରମ କେଶରୀ ମଣ୍ଡଳ , ଆଞ୍ଚଳିକ ପରିଚାଳକ , ଏସବିଆଇ ଶ୍ରୀ ସରୋଜ ସିଂ ” ଏଲ.ଡି.ଏମ , ୟୁ କୋ ବ୍ୟାଙ୍କ , ଢେଙ୍କାନାଳ ତଥା ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଏହି କାର୍ଯକ୍ରମ ରେ ଭିଭିନ୍ନ ବ୍ୟାଙ୍କ ର ପ୍ରାୟ 150 ଗ୍ରାହକ ମଧ୍ୟ ଭାଗ ନେଇଥିଲେ । ଓପନ୍‌ ହାଇସ୍ ଅଧିବେଶନରେ ଆରବିଆଇ ଅଧିକାରୀ / ଲୋକପାଳ ଶ୍ରୋତା ମାନଙ୍କ ଭିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶ୍ରୀ ସରୋଜ ସିଂ ” , ଏ.ଜି.ଏମ୍ . ୟୁ ଜୋ ବ୍ୟାଙ୍କ ଙ୍କ ସକ୍ରିୟ ସହଯୋଗରେ ଆରବିଆଇ ଲୋକପାଳ କାର୍ଯ୍ୟାଳୟ ଦ୍ବାରା ଏ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଢେଙ୍କାନାଳ ରେ ବୋଧହୁଏ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

କାଉଡୋଳା ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଚୋରି ଅଭିଯୋଗ,ଆମପାଣି ପୁଲିସ ର ତଦନ୍ତ ଜାରି

Sunil Chandra Nayak

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବି ନେଇ ଡିଆଇଜି ଙ୍କୁ ଚିଠି ଲେଖିଲେ ଭିଏଚପି ନେତା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

Leave a Comment

error: Content is protected !!