ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପାହାଡ଼ ସେପାଖେ ରବି ଯାଏ ଲୁଚି
   ଅନ୍ଧକାର ଆସେ ମାଡ଼ି
ବାହୁଡ଼ା ପ୍ରାଣୀଙ୍କ ନୀଡ଼କୁ ଫେରିବା
   ପ୍ରଭୁଙ୍କୁ ସେ ହାତ ଯୋଡ଼ି।
ଗଗନେ ଦିଶଇ ଆଲୋକର ଧାରା
      ସୁନ୍ଦର ମୋ ବସୁନ୍ଧରା 
ଗ୍ରାମ୍ୟ ଗ୍ରାମ୍ୟ ବତୀ ଭାଗବତ ପାଠ
     ଘରକୁ ମଙ୍ଗଳ ପୁରା।
ଶଂଖ ଧ୍ବନି ମନ୍ତ୍ର ଉଚ୍ଚାରଣ କରି
    ଅନ୍ତର ବେଦନା ବାଣୀ
ସବୁ ବାଢ଼ି ଦେଲି ପ୍ରଭୁଙ୍କ ର ପାଶେ
   ଶାନ୍ତି ଦିଅ ମୋ ମାଗୁଣି।
ଆଲୋକ ଯେତିକି ଅନ୍ଧାର ସେତିକି
         ସବୁତ ହୁଏ ସମାନ
ଭାବିବା ଯେତିକି ଚିନ୍ତିବା ସେତିକି
       ଭେଟ ହବ ଭଗବାନ।
ଭଜିଲେ ପାଇବୁ ଖୋଜିଲେ ମିଳିବ
     ଭକ୍ତିର ତତ୍ବ ବିଜ୍ଞାନ
ହରିରାମ ଶବ୍ଦ ଯେତେ ଦୂର ଯିବ
   ସେତେ ଦୂର ପ୍ରଭୁ ଜ୍ଞାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥଙ୍କ ୩୫ ତମ ପବିତ୍ର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

କବିତା – ଭାବ ର ଠାକୁର

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ନିର୍ବାସିତ ମେଘ

Sunil Chandra Nayak

Leave a Comment

error: Content is protected !!