ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା ବରଷା ଆକାଶ ବାହାଘର

ବରଷା ଆକାଶ ବାହାଘର

   

ରବୀନ୍ଦ୍ର କୁମାର ବେହେରା

ନୂଆ ନୂପୁର କୁ ବରଷା ପିନ୍ଧିଛି
         ଆଜି ତାର ବାହାଘର ,
ଗୋରା ମୁହଁ ତାର କଳା ଓଢଣୀ ର
         ଦିଶେ କେଡେ ଚମତ୍କାର ।
ବାଜା ବାଜିଲାଣି ଘଡଘଡି ହାତେ,
         ବିଜୁଳି ଫୁଟାଏ ବାଣ,
ଗଛ ଡାଳ ନାଚେ ଇନ୍ଦ୍ରଧନୁ ହସେ
          ସଜାଇ ରଙ୍ଗ ତୋରଣ ।
ପୃଥିବୀ ମାଆ ର ମାଟି ପଣତ ରେ
           ଲୁହ ପୋଛି ଓଦା କରି,
ସକେଇ ସକେଇ ତା ସଖି ମୌସୁମୀ
            କାନ୍ଦୁଛି ବର୍ଷା କୁ ଧରି ।
ମାଆ କୁ ଛାଡିଛି ଗେହ୍ଲେଇ ମୌସୁମୀ
              ଆଖି ମାନୁନାହିଁ ଲୁହ,
ଧାର ଧାର ତା’ର ବହିଚାଲିଛି ଲୋ
               ମାଟି ,ବନ,ନଈ ସୁଅ ।
ଆକାଶ ବର ତା ନିଏ ହାତ ଧରି
               “ଆ’ଲୋ ବରଷା ରାଣୀ,
ଏତେ ଲୁହ ତୋର ଅଭିଶାପ ଦେବ
                 ହେବ ନଈବଢି ପାଣି ।
ବରଷା ଆକାଶ ବାହାଘର ମଜା
                 ସବୁ ନେଲେ ଜୀବଜନ୍ତୁ
ରୌଦ୍ର ପରିହରି ଥଣ୍ଡା ପରଷିଲେ
                 ବରଷାରାଣୀ ତା ହାତୁ ।
             

        ଶିଖରପୁର, କଟକ-୪

Related posts

ବିଜେପି ପ୍ରାର୍ଥୀନୀ ସୋନିଆ ଜୈନ ଜିତିଲେ ଖରୀଆର ରୋଡ ପୌର ପରିଷଦ

Sunil Chandra Nayak

ମାନବ ସେବା ସଦନର କୃତଜ୍ଞତା ଜ୍ଞାପନ

Sunil Chandra Nayak

ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଇଟାଭାଟିରେ ପୋଡି ହୋଇ ଚାଲିଗଲା ଜୀବନ

Sunil Chandra Nayak

Leave a Comment

error: Content is protected !!