ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

  ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

               ବାଲାଜି ସେଠୀ

        
ଆସିବାର ଯେବେ ଥିଲା ଏ ଜୀବନେ
       କଲ କାହିଁ ଏତେ ଡେରି
କଥା ଦିଅ ସଖୀ ହାତେ ହାତ ରଖି
       ଯିବ ନାହିଁ ଆଉ ଫେରି ।
ଧୂମାଳ ଜୀବନ ମନ ପ୍ରାଙ୍ଗଣର
        ଶୂନ୍ୟତା ହିଁ ଥିଲା ମିତ୍ର
ଜୀବନ ପ୍ରଚ୍ଛଦ ପୃଷ୍ଠାରେ ଆଙ୍କିଲ
          ମଧୁଝରା ସୁଖ ଚିତ୍ର ।
କରିଛି ଅନେକ ବାର ବ୍ୟବଚ୍ଛେଦ
            ସ୍ୱପ୍ନର ଅବୟବ
ତୁମେ ଯେଉଁ ଦିନ ଦେଖାଇଲ ସ୍ୱପ୍ନ
        ଦେଖୁଛି ହୋଇ ନୀରବ ।
ଅଛ ସିନା ବନ୍ଦ ହୃଦୟ ନୀଳୟେ
        ହାତ ମୋର ପାଉନାହିଁ
ମେଣ୍ଟୁ ନାହିଁ ଶୋଷ ବଢ଼େ ଅବଶୋଷ
         ତୁମ ଠୁ ଦୂରରେ ରହି ।
ତୁମ ପଥ ଧାରେ ନୟନ ବିଛେଇ
         ଭିଜୁଛି ମୁଁ ଭାବ କୂଳେ  
ପ୍ରତୀକ୍ଷା ହିଁ ମୋର ପ୍ରାରବ୍ଧ ପ୍ରାଚୀର
         ବାସ୍ତବତା ଅନ୍ତରାଳେ ।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଝିଅ ଯୁକ୍ତ ଦୁଇ ବିଜ୍ଞାନ ରେ ଓଡ଼ିଶାରେ ତୃତୀୟ : ଛୁଟୁଛି ଶୁଭେଚ୍ଛା ର ସୁଅ

Sunil Chandra Nayak

Leave a Comment

error: Content is protected !!