ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

ଦୃଢ଼ ଇଚ୍ଛାଶକ୍ତି ବଳରେ ଜଣେ ଯେ କୌଣସି କାମ ବି କରିପାରିବ ଏହାର ଜଳନ୍ତ ଉଦାହରଣ ହେଉଛନ୍ତି ଉତ୍ତର ପ୍ରଦେଶର ଐତିହାସକ ସହର ଝାନସି ରେ ରହୁଥିବା ପ୍ରୀତି ଅଗ୍ରୱାଲ। ଯିଏ କି,୭୫୪୭ ଚାଉଳ ଦାନା ରେ ହିନ୍ଦୀ ଭାଷାରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଏହି ନିଆରା କାର୍ଯ୍ୟ ପାଇଁ ତାଙ୍କ ନାଆ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି। ପୁନଶ୍ଚ ଶ୍ରାବଣ ମାସରେ ବେଲ ପତ୍ରରେ ଓଁ ନମଃ ଶିବାୟ ଲେଖି ମହାଦେବ ଙ୍କ ଉପରେ ଚଢ଼ାଇ ଥିଲେ। ପରବର୍ତ୍ତୀ ସମୟରେ ସେ ଚାଉଳ ଦାନା ରେ ହନୁମାନ ଚାଳିଶା ଓ ଗାୟତ୍ରି ମନ୍ତ୍ର ଲେଖିଲେ। ମନରେ ଦୃଢ ଇଚ୍ଛାଶକ୍ତି ଥିବାରୁ ଚାଉଳ ଦାନା ରେ ସେ ସୁନ୍ଦରାକାଣ୍ଡ ଲେଖିଲେ। ଏହି ସୁନ୍ଦରାକାଣ୍ଡ ଲେଖିବା ପାଇଁ ପ୍ରୀତି ଙ୍କୁ ଦୁଇମାସ ସମୟ ଲାଗିଥିଲା।ମୋର ଏହି ଧର୍ମୀୟ ଭାବନା ଯୁକ୍ତ କାର୍ଯ୍ୟ ଯୋଗୁଁ ଏଥିରେ ପ୍ରଭାବିତ ହୋଇ ଆଗାମୀ ପିଢ଼ି ଆମ ଧର୍ମ ଓ ଶାସ୍ତ୍ର ବିଷୟରେ ଜାଣିବେ ବୋଲି ପ୍ରୀତି ଅଗ୍ରୱାଲ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ଦୁଲୁକେ ମଣ୍ଡପ 

Sunil Chandra Nayak

ପୁଣି ଗାଁ ମୁହା ଜଙ୍ଗଲୀ ହାତୀ, ଟାଙ୍ଗିରି ପାହାଡରେ ତିନୋଟି ହାତୀ, ସନ୍ଧ୍ୟା ହେବାରୁ ହାତୀ ଘଉଡାଇବା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!