ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭାବ ଐଶ୍ୱର୍ଯ୍ୟ

   ଭାବ ଐଶ୍ୱର୍ଯ୍ୟ

           ବେଣୁଧର ସୂତାର

ନୀଳ ନୀଳ ଏଇ ନିଟୋଳ ନୟନେ
ମଧୁର ସ୍ବପ୍ନର ତନ୍ଦ୍ରା ଜାଗେ
ମନ ବିଥିକାର ନୀଳିମା ବୁକୁରେ
ମଞ୍ଜୁଳ ଶୀତଳ ପରଶ ଲାଗେ
         ଭିଜା ଭିଜା ଅନୁରାଗେ
ଭାବପୀରତିରେ ଭିଜେମୁଁ ଅଧୀରେ
ନିବିଡ଼ ହୃଦୟେ ମମତା ମାଗେ ।।
ଆବେଗ ଉଛୁଳା ହୃଦୟ ମୁକୁଳା
ଅନ୍ତରେ ସ୍ବପ୍ନିଳ ଭାବ ଜୁଆର
ମନର ସରାଗ ବନେ ପ୍ରୀତିରାଗ
ସୁମଧୁର ସାରସ୍ବତ ଝଙ୍କାର 
          ମୂର୍ଛନାର ତାଳେ ତାଳେ
ପୁଲକ ଭରାଏ ଐଶ୍ବର୍ଯ୍ୟ ପସରା
ସୁଷମା ମଞ୍ଜୁଳ ପଣତ ତଳେ ।।
ସପନ ପଖଳା ଆଖିତଳେ କେତେ
ନବୀନ ଜିଜ୍ଞାସା ଜାଗେ ହୃଦୟେ
ନୀରବ ଲଗ୍ନର ଭାବପ୍ରବଣତା
ସମ୍ମୋହିତ ସ୍ବପ୍ନ ସୁଧା ବଳୟେ
          ଭାବମୟ ମାଦକତା
ସମର୍ପିତ ଛନ୍ଦେ ଭାଷାର ପ୍ରବନ୍ଧେ
ଲେଖନୀରୁ ଝରେ ଚାରୁ କବିତା ।।
ନିଃଶବ୍ଦ ଶବ୍ଦର ଭାବ ଐଶ୍ବର୍ଯ୍ୟର
ଦିବ୍ୟ ରସମୟ ଭାଷା ବିଭୂତି
ସ୍ବପ୍ନରୁ ବାସ୍ବବ ମୁଗ୍ଧ ଅନୁଭବ
ଭାବ ଗୁମ୍ଫନର ରୋମାଞ୍ଚ ପ୍ରୀତି
            ଲଳିତ ଲାବଣ୍ୟ ମୟ
ଭାଷା ଐଶ୍ବର୍ଯ୍ୟର ଭାବ ମାଧୁର୍ଯ୍ୟର
ସମନ୍ବୟ ରହେ ସଦା ଅକ୍ଷୟ ।।
ମନର ମାଳିନୀ ଐଶ୍ବର୍ଯ୍ୟ ଶାଳିନୀ
ଭାଷା ସଂପ୍ରୀତିର ଵୈଭବ ଘେନି
ଭାବ ଉଷ୍ଷତାର ଦିବ୍ୟ ମାଦକରେ
ରସମୟ ହୁଏ ଚାରୁ ଲଖନୀ
ମାନବ କଲ୍ୟାଣ ପାଇଁ
ଜ୍ଞାନ ରସାମୃତ ଜ୍ଞାନ ଶ୍ରେଷ୍ଠ ବିତ୍ତ
ଜ୍ଞାନ ଐଶ୍ବର୍ଯ୍ୟର ବିକଳ୍ପ ନାହିଁ ।।
କେଶଦୁରାପାଳ , କେନ୍ଦୁଝର

Related posts

ବିଭାହିତ ମହିଳା ମୃତ , ହତ୍ୟା ଅଭିଯୋଗ ଆଣିଲେ ବାପା , ଜ୍ୱାଇଁ ଅଟକ

Sunil Chandra Nayak

ଉତ୍କଳ ଦିବସ ରେ ବିଜେଡ଼ି ପାରିଷଦ ଙ୍କ ଉପେକ୍ଷା ଅଭିଯୋଗ

Sunil Chandra Nayak

ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଜନ ସାଧାରଣଙ୍କ ସେବା କରିବାର ଝୁଙ୍କ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସବୁବେଳେ ଚର୍ଚ୍ଚାରେ

Sunil Chandra Nayak

Leave a Comment

error: Content is protected !!