ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତରଫରୁ ଗୁଡହାଣ୍ଡି ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

 ଭବାନୀପାଟଣା ୨୪/୦୯ ( ମ ନି ସ) କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋ ପକ୍ଷରୁ ଐତିହାସିକ ଗୁଡହାଣ୍ଡିର ଡୋକରିଚଞ୍ଚରା ଠାରେ ଗ୍ରାମବାସୀ ଓ ସ୍ଵେଚ୍ଛାସେବୀ ମାନଙ୍କ ଗହଣରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସଡିପିଓ ଧିରଜ କୁମାର ଚୋପଦାର ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥିଗଣ ମାନଙ୍କ ମଧ୍ୟରେ ପି.ଏସ. କଲେଜ, କୋକସରା ର ଅଧ୍ୟକ୍ଷ ଶ୍ରୀ ଗୁଣାକାର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ଶ୍ରୀ ସାକେତ ନାରାୟଣ ବେହେରା, ଡ. କୈଲାଶ ଚନ୍ଦ୍ର ଦାସ, ଶ୍ରୀ ମୋହନ ଚରଣ ବିଶି, ଆଇ.ଆଇ.ସି. , କୋକସରା ଶ୍ରୀ ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ଶତପଥୀ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ତା ସହିତ ଭାରତ ସରକାରଙ୍କର ଏନ ଏସ ଏସ ଦ୍ଵାରା ସାରା ଭାରତରେ ଚଳିତ ମାସର କାର୍ଯ୍ୟକ୍ରମ (ପୋଷଣ ମାସ) ବିଷୟରେ ଗ୍ରାମବାସୀ ମାନଙ୍କୁ ସଚେତନା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ସେ ତାଙ୍କ ଆଲୋଚନା ରେ ଗ୍ରାମବାସୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାର ଉପକାରିତା ବିଷୟରେ ବୁଝାଇଥିଲେ । ସଭା ଶେଷରେ ଶ୍ରୀ ଅରି ନଶନ ଚିନ୍ଦା, କାର୍ଯ୍ୟକ୍ରମ ଅଧିକାରୀ କୋକସରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର ବ୍ଯବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର

Sunil Chandra Nayak

ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

ଛାତ୍ରଛାତ୍ରୀ ଙ୍କୁ ନିମ୍ନ ମାନର ଡ୍ରେସ ଯୋଗାଣ ଅଭିଯୋଗ ,ଚାଲିଛି ପିସି କାରବାର,ଡ୍ରେସ ବାବଦ ଅର୍ଥ ପିଲାଙ୍କ ଏକାଉଣ୍ଟ କୁ ଛାଡିବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!