ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

ଢେ଼ଙ୍କାନାଳ (ମ. ନି.ସ) ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ରୁ ଅଁଳାପାଳ ଦେଇ ଯାଇଥିବା ଜିରାଳ ଡିଷ୍ଟ୍ରିବୁଟାରୀ କେନାଲ ର ଫିଲିଙ୍ଗ ଅଞ୍ଚଳରେ ବନ ବିଭାଗ ମନରେଗା ଯୋଜନାରେ ବୃକ୍ଷ ରୋପଣ କରୁଛି।ଏହି କେନାଲ ରେ ବୃକ୍ଷ ରୋପଣ କରିବାକୁ ଜଳସେଚନ ବିଭାଗ ବାରମ୍ବାର ବାରଣ କରିବା ସତ୍ତ୍ୱେ ମଠକରଗୋଳା ଫରେଷ୍ଟର ଜିରାଳ ଡିଷ୍ଟ୍ରିବୁଟାରୀ କେନାଲର ଫିଲିଙ୍ଗ ଜୋନ(ଜିରାଳ ପୋଖରୀ ଠାରୁ ଅଁଳାପାଳ ପର୍ଯ୍ୟନ୍ତ)ର ଉଭୟ ପାର୍ଶ୍ଵରେ ବେଆଇନ ଭାବେ ବୃକ୍ଷ ରୋପଣ କେଉଁ ଉଦ୍ଦେଶ୍ୟରେ ଜାରି ରଖିଛନ୍ତି ଏହାର ଭିତିରି ଉଦ୍ଦେଶ୍ୟ ଜଣା ପଡୁନାହିଁ । ଅଧିକ୍ଷଣ ଯନ୍ତ୍ରୀ, କାମାକ୍ଷାନଗର ଙ୍କର ଚିଠି ନମ୍ୱର -୧୮୫୭ ତା ୭/୯/୨୦୨୨ ରେ ବନ ବିଭାଗର ଏତାଦୃଶ୍ୟ କାର୍ଯ୍ୟକୁ ବାରଣ କରାଯାଇଥିବା ସତ୍ୱେ ଏଯାବତ୍ ବନବିଭାଗ ର ଅଧିକାରୀ ମାନେ ବେଆଇନ ବୃକ୍ଷ ରୋପଣ ଜାରି ରଖିଛନ୍ତି ଯାହାକି ଭବିଷ୍ୟତରେ କେନାଲ ର ମୂଳଭିତ୍ତିକୁ ନଷ୍ଟ କରିବା ସହିତ ଚାଷକୁ ପ୍ରଭାବିତ କରିବ । କଥା ହେଉଛି ଜଳସେଚନ ବିଭାଗର ତାଗିଦ୍ ସତ୍ତ୍ୱେ କିଛି ଜଳସେଚନ ବିଭାଗର ସ୍ଥାନୀୟ ଅଞ୍ଚଳର ଯନ୍ତ୍ରୀଙ୍କ ପ୍ରରୋଚନାରେ ହେଉ କିମ୍ବା ବନ ବିଭାଗର ମନରେଗା ଅର୍ଥ ହଡପ କରିବାର ଉଦ୍ଦେଶ୍ୟ ରଖି ତରବରିଆ ଭାବେ ସୂଚନା ଫଳକ ନିର୍ମାଣ କରି ରାତାରାତି ଗଛ ପୋତି ଲକ୍ଷ ଲକ୍ଷ ଟଙ୍କା ବିଲ୍ ଉଠାଇ ନେଇଛନ୍ତି । ସ୍ଥାନୀୟ ପାଣି ପଞ୍ଚାୟତର କର୍ମକର୍ତ୍ତା ଓ ଚାଷୀ ମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ।ଏହା ସହିତ ଯେଉଁ ବେଆଇନ ବୃକ୍ଷରୋପଣ ହୋଇ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହେଲା, କେଉଁ ଅଧିକାରୀ ମାନେ ସେମାନଙ୍କ ଦରମାରୁ ପୈଠ କରିବା ସହିତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ର ଶିକାର ହେବେ ତାହାର ଉତ୍ତର ଅପେକ୍ଷାରେ ସରକାରଙ୍କୁ ଅବଗତ କରାଇଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ମନ୍ଦାର

ଆସ ଆମେ ଇସ୍କୁଲ ଜିମା, ଉପାନ୍ତ ଅଞ୍ଚଳ ରେ ବୁଲି ଶିକ୍ଷା ଗ୍ରହଣ ପାଇଁ ସଚେତନ କଲେ ଶିକ୍ଷା ଅଧିକାରୀ

Sunil Chandra Nayak

ମାମୁଁଘର ଗାଁରେ ଭଣଜାର ସନ୍ଦେହ ଜନକ ମୃତ୍ୟୁ ,ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!