ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋନା ଠାରେ ଜଗବନ୍ଧୁ ମାଝୀ ଙ୍କ ୧୧ ତମ ଶ୍ରାଦ୍ଧ ଦିବସ ପାଳିତ

 ରାଇଘର -:/ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ଠାରେ ସହିଦ ଜଗବନ୍ଧୁ ମାଝୀ ଏବଂ ତାଙ୍କ ଅଙ୍ଗରକ୍ଷୀ ପିଙ୍କୁ ପାତ୍ର ଙ୍କ ସହିଦ ଦିବସ ପାଳିତ ହୋଇଛି,୧୨ ବର୍ଷ ପୂର୍ବେ ଆତତାୟୀ ଙ୍କ ଗୁଳିରେ ଗୋନା ହାଟପଦା ଠାରେ ଟଳି ପଡ଼ିଥିଲେ ସହିଦ ଜଗବନ୍ଧୁ ମାଝୀ ସେହି ଦିନ ଠୁ ବିଜୁଜନତା ଦଳ ତରଫରୁ ପ୍ରତିବର୍ଷ ଗୋନା ଠାରେ ସହିଦ ଦିବସ ପାଳନ କରାଯାଏ,ଉକ୍ତ କାର୍ଯ୍ୟକ୍ରମ ରେ ସାଂସଦ ରମେଶ ମାଝୀ, ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ଡାବୁଗାଁ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ଜିଲ୍ଲାପରିଷଦ ର ଉପାଧକ୍ଷା ଲିପିକା ବରୋଇ, ୧ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ, ୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନାନାରା ଖରା, ୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିପିକା ବାରୋଇ,୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ହରିଜନ,ଉମରକୋଟ ପୌର ପରିଷଦ ଅଧକ୍ଷା ରାଧା ଭତରା,ରାଇଘର ବ୍ଲକ ଅଧକ୍ଷା ନବୀନା ନାୟକ, ରାଇଘର ବିଜୁ ଜନତା ଦଳ ସଭାପତି ରାଇସିଂ ଗଣ୍ଡ,ରାଜ୍ୟ ଛାତ୍ର ବିଜୁଜନତା ଦଳ ର ସମ୍ପାଦକ ସୁମିତ ପୂଜାରୀ,ରାଇଘର ସରପଞ୍ଚ ଲମ୍ବୋଧର ମାଝୀ,ଗୋନା ମଣ୍ଡଳ ସଭାପତି ଶଙ୍କର ବର୍ମା,ରାମନାଥ କେଉଟ,ପ୍ରଣବ ଭୂୟାଁ,ଅଭିମନ୍ୟୁ ଡାକୁଆ,ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର,ଆଜିର ଏହି କାର୍ଯ୍ୟକ୍ରମ ରେ ହଜାର ହାଜର ସଂଖ୍ୟା ରେ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସିବ ସାରା ଦୁନିଆ

Sunil Chandra Nayak

ଆମ୍ବେଦକର ଙ୍କ 131 ତମ ଜନ୍ମଜୟନ୍ତିରେ ସମାଜସେବୀ ଡ଼ଃ ବିବେକାନନ୍ଦ ମହାନନ୍ଦ ଆମ୍ବେଦକର ଫୁଲେ ପାଠଶାଳା କୁ 20,000 ଟଙ୍କା ଦେଇ ସାହାଯ୍ୟର ହାତ ବଢ଼ାଇଛନ୍ତି

Sunil Chandra Nayak

Leave a Comment

error: Content is protected !!