ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାନନ ଦୂରିଆ ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲ ରେ ଦେଶ କି ମେଣ୍ଟର ମନୋନୀତ 

ଧର୍ମଗଡ:୨୫/୯/୨୨:-  ଅଧୁନା ଶିକ୍ଷା ଏକ ବ୍ୟବସାୟରେ ପରିଣତ ହୋଇଥିବାବେଳେ ଅଧ୍ୟାପକ ପଞ୍ଚାନନ ଦୂରିଆ ଶିକ୍ଷାକୁ ବୃତ୍ତି କରି ପିଲାଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରୁଛନ୍ତି। ଗତ ୧୦ ବର୍ଷ ହେବ English support mission ନାମରେ ସେ ପିଲାଙ୍କୁ ଶୁକ୍ଳ ମୁକ୍ତ ଇଂରାଜୀ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ଏଥିପାଇଁ ସେ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏବେ ତାଙ୍କୁ ଦିଲ୍ଲୀରୁ ଡକରା ମିଳିଛି। ଶ୍ରୀ ଦୂରିଆଙ୍କ ଶିକ୍ଷା ମଡେଲ ପାଇଁ ଦିଲ୍ଲୀ ସରକାର ତାଙ୍କ ଦ୍ଵାରା ପରିଚାଳିତ ଶିକ୍ଷା ମଡେଲରେ ମେଣ୍ଟର ରୂପେ ମନୋନୀତ କରିଛନ୍ତି। ଶ୍ରୀ ଦୂରିଆ ଦିଲ୍ଲୀ ସ୍କୁଲ ପିଲାଙ୍କୁ (ପ୍ରଥମରୁ ସ୍ନାତକ ) ଇଂରାଜୀ ଶିକ୍ଷା ପ୍ରଦାନ କରିବେ। ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ ବିଧିବଦ୍ଧ ଭାବେ ଯୋଗାଯୋଗ କରାଯାଇଛି ଏବଂ ତାଙ୍କ ପୋଲିସ varification ପାଇଁ ମଧ୍ୟ ଦିଲ୍ଲୀ ସରକାର ଙ୍କ ପକ୍ଷ ରୁ ସ୍ଥାନୀୟ ପୋଲିସକୁ ଅନୁରୋଧ କରାଯାଇଛି । ଧର୍ମଗଡ଼ ବ୍ଳକ ର ଜୟନ୍ତପୁର ଭଳି ଏକ ଅଖ୍ୟାତ ପଲ୍ଲୀରେ ଜନ୍ମଗ୍ରହଣ କରିଥିବା ପଞ୍ଚାନନ ଦୁରିଆ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା କଲେଜର ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଡିଜିଟାଲ ଯୁଗରେ ଇଂରାଜୀ ଭାଷାର ଚାହିଦା ଦେଖି ବିଗତ ଦିନରେ ଏହା ଉପରେ ଗବେଷଣା କରି ତାଙ୍କ ମିଶନ ଆରମ୍ଭ କରିଛନ୍ତି। ମିଶନର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମଧ୍ୟରେ ଇଂରାଜୀ ଭାଷାକୁ ନେଇ ତାଙ୍କ ମନରେ ଥିବା ଭୟ ଦୂର କରିବା ସହ ତାଙ୍କ ଇଂରାଜୀ କହିବା ଦକ୍ଷତା ବଢେଇବା । ଶ୍ରୀ ଦୂରିଆ ଦିଲ୍ଲୀ ସରକାରଙ୍କ ମେଣ୍ଟର ମନୋନୀତ ହେବା ଅଞ୍ଚଳ ସମେତ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ଦୁଇ ନମ୍ବର କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ର ନବ ସଂକଳ୍ପ ଶିବିର

Sunil Chandra Nayak

ଆନନ୍ଦପୁର – ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବିଷ ପାନକରି ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କଲା ପୋଲିସ୍

Sunil Chandra Nayak

ଜିଲ୍ଲାପାଳ ଙ୍କୁ ସୀମାନ୍ତବର୍ତ୍ତୀ ସମସ୍ୟା ନେଇ ଭେଟିଲା ଉତ୍କଳ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!