ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନା ଚକ୍ର

ରାଉରକେଲା/ ସେକ୍ଟର – ୪ ସ୍ଥିତ “ରାଉରକେଲା କଲେଜ” ରେ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଏବଂ ପାନୀୟ ଜଳ ବିଭାଗ ତରଫରୁ ଅଧ୍ୟାପକ ଅଜିତ ବେକ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ସହଯୋଗରେ ”ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା “ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦର ପ୍ରତିନିଧି ସାଗର ଟୁଡୁ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ସଂସ୍ଥାନର ସ୍ୱଚ୍ଛତା ହେଉଛି ଶିକ୍ଷାନୁଷ୍ଠାନର ଅଭିନ୍ନ ଅଙ୍ଗ ବୋଲି କହିଥିଲେ । ଏଥିପାଇଁ କ୍ୟାମ୍ପସ ସ୍ୱଚ୍ଛତା ଏବଂ ଏଥିରେ ଛାତ୍ରଛାତ୍ରୀଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ । ଉତ୍ତମ ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଏବଂ ସ୍ୱଚ୍ଛ ପରିସର, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛଊର୍ଜ୍ଜାର ବ୍ୟବହାର,ଜଳ ସଂରକ୍ଷଣ ପ୍ରଭୃତି ବିଷୟରେ ସେ ଆଲୋକପାତ କରିଥିଲେ। ଏହାସହ ମହାବିଦ୍ୟାଳୟ ରେ ଏସବୁର ଯୋଜନାବଦ୍ଧ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।ଆଲୋଚନା ଚକ୍ରରେ ପ୍ରାରମ୍ଭିକ ଅଭିଭାଷଣ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ରଖିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଶ୍ରୀ ବେକ୍ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସେବା ଯୋଜନାର ଓ ଯୁବ ରେଡକ୍ରସ୍ ର ପରାମର୍ଶଦାତା,ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମହାବିଦ୍ୟାଳୟର ସମସ୍ତ ସ୍ୱେଚ୍ଛାସେବୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟ ତରଫରୁ ଶ୍ରୀଯୁକ୍ତ ଟୁଡୁଙ୍କୁ ସେବା, ସ୍ୱଚ୍ଛତା, ସ୍ୱ।ସ୍ଥ୍ୟ କାର୍ଯ୍ୟକ୍ରମର ଫଟୋକପି ଓ ପେପର କ୍ଲିପ୍ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୁଇ ସମାଜ ସେବା ସମିତି ର ୬୯ ତମ ପ୍ରତିଷ୍ଠା ଦିବସ ପାଳନ, ରାଷ୍ଟ୍ରପତି ଙ୍କୁ ୬ ଦଫା ଦାବୀ ପ୍ରଦାନ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚମ ଅଧ୍ଯାୟର ସାରକଥା–୫

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

Leave a Comment

error: Content is protected !!