ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଙ୍କୁ ଜିଲ୍ଲା ବ୍ୟାପି ଶୁଭେଚ୍ଛା ଓ ଅଭିନନ୍ଦନ ଶ୍ରେୟ

ନବରଙ୍ଗପୁର,୨୫/୯(ମନିସ) ନବରଙ୍ଗପୁର ଜିଲ୍ଲା ନୂତନ ଯୋଜନା କମିଟିର ଅଧ୍ୟକ୍ଷ ତଥା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଙ୍କୁ ଶୁଭେଚ୍ଛା ଓ ଅଭନନ୍ଦନ ର ଶ୍ରେୟ ଜଣାଇଛନ୍ତି।ଆଜି ଯୋଜନା କମିଟି ର ଅଧ୍ୟକ୍ଷ ଙ୍କ ମାଝୀଗୁଡ଼ା ସ୍ଥିତ ବାସ ଭବନ ଠାରେ ବିଭିନ୍ନ ବ୍ଲକ୍ ରୁ ବିଜୁ ଜନତା ଦଳ ର ପୁରୁଣା ଚେହେରା ର ଦବ୍ ଦବା ଦେଖାଉଥିବା କର୍ମୀ ଙ୍କୁ ଦେଖିବାକୁ ମିଳିଥିଲା।ଏଥିରୁ ସ୍ପଷ୍ଟ ଜଣା ପଡୁଥିଲା ଯେ , ଅଧ୍ୟକ୍ଷ ପ୍ରତି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ଏବେ ବି ନିଜର ସ୍ନେ଼ହ ଓ ଭଲ ପାଇବା କାଏମ୍ ରହିଛି।ଗତକାଲି ନିଜ ନିର୍ବାଚନ ମଣ୍ଡଳୀ ଡ଼ାବୁଗାଁ ମଇଦଲପୂର ରେ, ହଜାର ହଜାର କର୍ମୀଙ୍କ ଗ୍ରହଣ ରେ ବିପୁଳ ଜନ ସମାଗମ ରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିଭଳି ଆଜି ତେନ୍ତୁଳିଖୁଣ୍ଟି ନନ୍ଦାହାଣ୍ଡି ନବରଙ୍ଗପୁର ବ୍ଲକର ତାଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ର ପୁରୁଣା କର୍ମୀ ଙ୍କ ଆଗମନ ହୋଇଥିଲା। ବହୁତ ଦିନ ପରେ ପୁରୁଣା କର୍ମୀମାନଙ୍କୁ ଦେଖି ଅଧ୍ୟକ୍ଷ ଭାବ ବିହ୍ଵଳ ହୋଇଯାଇଥିଲେ।ସେ ଥିବା ବେଳେ ଅନେକ ଯୋଜନା ହାତକୁ ନେଇ କାର୍ଯ୍ୟକାରୀ କରି ପାରିଥିଲେ। ବିଶେଷ କରି ପାତ୍ରପୁଟ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରାବାସ ନିର୍ମାଣ କରିବା ତାଙ୍କ ର ଅବଦାନ ରହିଥିଲା। ତାଙ୍କ ପରେ ଏହି ଛାତ୍ରାବାସ ଧିରେ ଧିରେ ଯେମିତି ତିମିରକୁ ସେମିତି ତିମିର ହୋଇ ରହିଛି। ଇନ୍ଦ୍ରାବତୀ ପ୍ରକଳ୍ପ ସ୍ବାସ୍ଥ୍ୟ କେନ୍ଦ୍ର ସଂପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ଏହାର ସଂପୂର୍ଣ୍ଣ ସରକାରୀ କରିବା ତାଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ବୋଲି ପୁରୁଣା କର୍ମୀ ଅବଗତ କରିଥିଲେ।ସେହିଭଳି ଅଞ୍ଚଳଗୁମ୍ମା ଠାରୁ ଭାୟା ବାଗନାଗୁଡ଼ା କାମତା କୁଷ୍ଣଗୁଡ଼ା ଦେଇ ଦଳେଇଗୁଡ଼ା ରାସ୍ତା ନିର୍ମାଣ କରିବା ସମ୍ବନ୍ଧେ ଆଲୋଚନା କରା ଯାଇଥିଲା।ଏସବୁ ସେ ପ୍ରାଥମିକତା ଭିତ୍ତିରେ ପ୍ରାଧାନ୍ୟ ଦେବେ ବୋଲି ସୂଚନା ଦେଇଥିଲେ। ସ୍ବାଗତ ସମ୍ବର୍ଦ୍ଧନା ସମୟରେ ପୂର୍ବତନ ଜିଲ୍ଲା ସରପଞ୍ଚ ସଭାପତି ତଥା ପୂର୍ବତନ ଅଞ୍ଚଳଗୁମ୍ମା ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ ,ଭବାନୀ ମିଶ୍ର, ତ୍ରିନାଥ ନାୟକ, ବାବୁଲା ନାୟକ, ସମେତ ନନ୍ଦାହାଣ୍ଡି ନବରଙ୍ଗପୁର ବ୍ଲକ ବିଜୁ କର୍ମୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା

ନିୟୁଜ୍।

Related posts

ତୀର୍ଯ୍ୟକ

Sunil Chandra Nayak

ଜନ୍ମାଷ୍ଟମୀ ବ୍ରତ ପୁସ୍ତକ ଉନ୍ମୋଚନ ଓ ବଣ୍ଟନ

Sunil Chandra Nayak

ପ୍ରତି ହୃଦୟରେ ତ୍ରିରଙ୍ଗା ଉଡୁ

Sunil Chandra Nayak

Leave a Comment

error: Content is protected !!