ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦାବିପତ୍ର

ଢେ଼ଙ୍କାନାଳ(ମ.ନି.ସ.) ୨୫/୦୯_ଆଜି ରେଳ ଯୋଗେ ଢେଙ୍କାନାଳ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳର ରେଳ ସମସ୍ୟା ନେଇ ଢେଙ୍କାନାଳ ସଚେତନ ନାଗରିକ ଫୋରମ ର କାର୍ଯକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦାବିପତ୍ର ଦିଆଯାଇଛି,ଅନୁଗୁଳ ଠାରୁ କଟକ ଦିନବେଳା ମେମୁ ଟ୍ରେନ, ଭୁବନେଶ୍ୱର ରୁ ଇନ୍ଦୋର ଯାଉଥିବା ଟ୍ରେନର ଢେଙ୍କାନାଳରେ ରହଣି, ନୂଆଦିଲ୍ଲୀ ସାପ୍ତାହିକ ଏବଂ କଲିକତା ସାପ୍ତାହିକ କୁ ୨ଦିନ ବଢାଇବା ଆଦି ଦାବିପତ୍ରର ଅନ୍ତର୍ଭୁକ୍ତ, ଏହି କାର୍ଯ୍ୟକ୍ରମରେ ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ, ରୁଦ୍ର ମାଧବ ହୋତା, ଉଦୟ ନାଥ ବେହେରା, ବ୍ରଜ ମୋହନ ସାହୁ, ଅମିତ କୁମାର ସ୍ବାଇଁ, ଅମରେନ୍ଦ୍ର ସାହୁ, ଲଷ୍ମୀଧର ପଟ୍ଟନାୟକ, ଭୀମସେନ ବେହେରା, ଆଇନଜୀବି ଅମ୍ବିକା ପ୍ରସାଦ ମିଶ୍ର, ବାସୁଦେବ ଧଳ, ଦିବ୍ୟରଞ୍ଜନ ହୋତା ଆଦି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ, ସମ୍ପାଦକ ଭରତ କୁମାର ଦାସ ସଂଯୋଜନା କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ବାର୍ଷିକ ଦଶହରା ପର୍ବ ସମ୍ପର୍ଣ୍ଣ…

Sunil Chandra Nayak

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ପତ୍ରଝଡ଼ା ର ରୋମାଞ୍ଚ

Sunil Chandra Nayak

Leave a Comment

error: Content is protected !!