ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କବିତା ,ବନିତା ,ଲତା

କବିତା ,ବନିତା ,ଲତା

 

ଉପେନ୍ଦ୍ର କୁମାର ବସ୍ତିଆ

    

 କବିତା ••••

କବିତା ସୁନ୍ଦରୀ ଅତି ସୁକୁମାରୀ 
    ଭାବାବେଗ ସୃଷ୍ଟି କରେ 
ଅତି ଯତନରେ ସାଇତି ରଖିଛି 
    ମୋ ହୃଦ ମନ ମନ୍ଦିରେ ।
ଅତି ଅଲିଅଳି ଭାରି ଲାଜକୁଳୀ 
    ଚୂପିଚୂପି କଥା କୁହେ 
ତା କୁହା କଥାକୁ ଲେଖି ଚାଲେ ମୁହିଁ 
    ଯତନେ କାଗଜ ଦେହେ ।

 ବନିତା ••••

ବନିତାଟି ମୋର ଗୁଣ୍ଠୁଣି ହାତୀଟି 
    ଢଳି ଢଳି ବାଟ ଚାଲେ 
ମନ ଜାଣି ସିଏ କାମ କରୁଥାଏ 
    କଥା କୁହେ ଧୀରେ ଧୀରେ ।
ପାଇଟି କରଇ ଘରଟି ଯାକର 
    ଥକାପଣ କେବେ ନାହିଁ 
ଘର ସାରା ବୁଲେ ଲୋଟଣି ପାରା ସେ 
    ଅଳସ କରଇ ନାହିଁ ।

 ଲତା ••••

ଲତିକାଟି ମୋର ଅତି ଆପଣାର 
    ଖାଲି ପ୍ରୀତି ଖୋଜୁ ଥାଏ 
ଲଟେଇ ଯାଅଇ ଦେହସାରା ମୋର 
    ମାଳତୀ ଲତିକା ପ୍ରାଏ ।
ମୋ ପାଖକୁ ନୀତି ଫୋନ କରୁ ଥାଏ 
    ତା ଘରକୁ ଯିବା ପାଇଁ 
ଭାବେ ଯିବାପାଇଁ ଯାଇ ପାରେ ନାହିଁ 
    କି ସମନ୍ଧ୍ ଯିବି ନେଇ ।
କବିତା ,ବନିତା ଲତିକା ପାଇଁ ମୋ 
    ଅସହାୟ ମଣେ ନାହିଁ 
ଏ ତିନିଙ୍କ ପାଇଁ ଲେଖନୀ ଚାଳନା 
    ନୀତିପ୍ରତି କରୁଥାଇ ।

     ରାଉରକେଲା

Related posts

ରାଇରଙ୍ଗପୁରରେ ରୁଙ୍ଗୁଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ଶିଳ୍ପାୟନକୁ ଶତାଧିକ ସଶସ୍ତ୍ର ଆଦିବାସୀଙ୍କ ବିରୋଧ

Sunil Chandra Nayak

ଜାତୀୟ କ୍ରୀଡା ଦିବସ ରେ ୫0 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପୁରସ୍କୃତ

Sunil Chandra Nayak

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ସ୍ନାତକ ପରୀକ୍ଷା ଟପ୍ ଟେନ ରେ ଧର୍ମଗଡ ର ସୋନମ୍ ମେହେର 

Sunil Chandra Nayak

Leave a Comment

error: Content is protected !!