ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋର୍ଡି ଠାରେ ବ୍ଲକ ସ୍ତରୀୟ ମିଳିତ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଗୋଲାମୁଣ୍ଡା ତା ୨୬/୯( ମ ନି ସ ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୋର୍ଡି ଗ୍ରାମପଞ୍ଚାୟତ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ବୋର୍ଡି, ମହାଲିଙ୍ଗ,କୁହୁରା ଗ୍ରା:ପ ସମେତ ବ୍ଲକର ଅନେକ ଗ୍ରା:ପ ରୁ ଜନସାଧାରଣ ନିଜର ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ପାଇଁ ୩୪୫ ଜଣ ପଞ୍ଜିକରଣ କରିଥିବା ବେଳେ ୪୯ ଜଣ ଲୋକଙ୍କ ଅଭିଯୋଗର ସମାଧାନ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ୪୯ ଜଣ ଲୋକଙ୍କ ଅଭିଯୋଗର ସମାଧାନ କରିଥିଲେ । ତହସିଲଦାର ଟିକୁନୁ ପୁଟା , କେଗାଁ ରେଞ୍ଜର୍ କେଶବ ମାଝି, ଡ.ସୁବ୍ରତ ମିଶ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ଗ୍ରାମୀଣ ଆବାସ ବିଭାଗର ବିପିସି ମଧୁ ସୁଦନ ସାହୁ, ସାମାଜିକ ସୁରକ୍ଷାର ଚନ୍ଦନ ବିହାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମିତ କୁମାର ପ୍ରଧାନ,ବୋର୍ଡି ସରପଞ୍ଚ ସ୍ବାଦୀ ପଟେଲ, ,କୁହୁରା ସରପଞ୍ଚ୍ ପିଙ୍କି ତାଣ୍ଡି ଓ ସ.ସଭ୍ୟା ମାଧୁରୀ ସୁନାନୀ, ବ୍ଲକ ମୁଖ୍ୟ କିରାଣୀ ପ୍ରଦୀପ କୁମାର ମହାପାତ୍ର ,ବିପିଏମ ସୁଧାଂଶୁ ବିଶ୍ବାଳ, ଜଳ ଓ ପରିମଳ ଯନ୍ତ୍ରୀ ରିତା ରାଣୀ କିଷାନ , ଏ.ଏ.ଓ ଲିଙ୍ଗରାଜ ମେହେର, ଏଭିଏସ ନେତ୍ର ପ୍ରକାଶ ଭାରତି, କନିଷ୍ଠ ଯନ୍ତ୍ରୀ ଚିତ୍ତ ରଞନ ଜେନା, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଣୀ କିକିସ୍ରା,ଜଙ୍ଗଲ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ,ସମ୍ମନୀତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ଯୋଗାଣ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ଗ୍ରାମପଞ୍ଚାୟତ ପରିସରରେ ଲୋକଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରାଯାଇଥିଲା ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

କପଡା ଦୋକାନରୁ ଚୋରି 7ଅଭିଯୁକ୍ତ ଙ୍କୁ ଧରିଲା ପୋଲିସ 

Sunil Chandra Nayak

ରୁପ୍ରା ସୂନାମୁହିଁ ସାଗର ପରିଦର୍ଶନରେ ନର୍ଲା ବିଧାୟକ ଓ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ

ମୋଟେର ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!