ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ର ବିଭିନ୍ନ ପୀଠ ରେ ନବରାତ୍ର ପୂଜା ଆରମ୍ଭ

ଢେ଼ଙ୍କାନାଳ (ମ ନି ସ) ୨୬/୦୯_ଗାନ୍ଧି ମନ୍ଦିରସ୍ଥିତ ମା ତାରିଣୀ ଙ୍କ ପୀଠରେ ଅଷ୍ଟାଦଶ ତମ ନବରାତ୍ରୀ ପୂଜା ପାଳିତ ହୋଇ ଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର, ବିଭିନ୍ନ ଫୁଲ ହାରରେ ମାଙ୍କୁ ସୁସଜ୍ଜିତ କରାଯାଇ ଥିଲା। ସୂର୍ଯ୍ୟପୂଜା ,ନବଗ୍ରହ ପୂଜା, ମଣ୍ଡଳ ପୂଜା ,କଳସ ଅଧିବାସ ପୂଜା, ଯଞ୍ଜ , ଚଣ୍ଡିପାଠ ଓ ମଧ୍ୟାନ ସମୟରେ ମା ଙ୍କ ନବରାତ୍ର ପୂଜା ଅନୁଷ୍ଠିତ କରାଯିବା ର ବିଧି ରହିଛି। ଆଜି ନବରାତ୍ରୀ ର ପ୍ରଥମ ଦିବସରେ ଶୈଳ ପୁତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ପ୍ରକାର ଫଳ ଓ ମିଷ୍ଟାନ୍ନ ଲାଗି ହୋଇଥିଲା । ୧୦୦୮ ବେଲପତ୍ର ଲାଗି କରାଯିବ । ନଅ ଦିନ ଧରି ଏହି ପୂଜା ଚାଲି ରହିବ । ପୂଜକ ଶ୍ରୀ ଲିଙ୍ଗରାଜ ପତି, ଶ୍ରୀ ରବିନ ଗାନ୍ଧି, ଶ୍ରୀ ସୋମ୍ୟବ୍ରତ ପତି, ଶ୍ରୀ ସିତୁନ ନନ୍ଦ ଓ ମନ୍ଦିରର ପୂଜକ ଆଫୁଲି ରଣା , ଶ୍ରୀ ବ୍ରଜମୋହନ ସାହୁ, ଅଭିମନ୍ୟୁ ବେହେରା, ମିନକେତନ ଦେହୁରୀ, ଶଙ୍କର ନାୟକ ଉପସ୍ଥିତିରେ ଏହି ପୂଜା ସମ୍ପାଦିତ ହେଉଅଛି। ସେହିପରି ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମା କନକ ଦୁର୍ଗା ଙ୍କ ପୁଣ୍ୟ ପୀଠ ରେ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ପ୍ରାତଃ ସମୟରେ ମା ଙ୍କ ର ମଙ୍ଗଳ ଆଲତୀ ଠାକୁରଙ୍କୁ ମହା ସ୍ନାନ ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲ ହାର ରେ ସୁସଜ୍ଜିତ ହୋଇଥିଲା,ସକାଳୁ ବଲଭ ଭୋଗ ଲାଗି ହୋଇଥିଲା,୧୦.୩୦ ରେ ପଣlଭୋଗ ଲାଗି କରାଯାଇଥିଲା । ତା ପରେ ସୂର୍ୟ ପୂଜା ,ମଣ୍ଡଳ ଆଦି ଦେବତା ମାନଙ୍କ ଆବାହାନ ଦେବୀ ଙ୍କୁ ଷୋଡ଼ଶ ଉପଚାର ରେ ପୂଜା , ରୁଦ୍ରଭିଶେଖ,ଚଣ୍ଡୀପାଠ,ଘୁତଯଜ୍ଞ ଅନ୍ନ ଧୂପ ହୋଇଥିଲା । ଆଜି ନବ ରାତ୍ରର ପ୍ରଥମ ଦିବସରେ ଆଜି ମାଆଙ୍କର ଶ୍ରୀ ସ୍ଵର୍ଣ୍ଣ କବଚ ଅଳଙ୍କୃତ ଦୁର୍ଗା ଦେବୀ ବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବାକୁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା।ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଗାୟତ୍ରୀ ପୀଠ ରେ ମଧ୍ୟ ନବ ରାତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି ।ଷୋଳଶ ଉପଚାରରେ ଗାୟତ୍ରୀ ଠାକୁରଙ୍କୁ ପୂଜା କରାଯିବ ସହିତ ଯଞ୍ଜ ପ୍ରତ୍ୟକ ଦିନ କରାଯିବ ଓ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ ମହାସ୍ନାନ ,ବତ୍ସ ଓ ଭୋଗ ରାଗ ଓ ବିଭିନ୍ନ ଫୁଲ ହାର ଲାଗି କରାଯିବା । ଢେଙ୍କାନାଳ ଗାୟତ୍ରୀ ପରିବାର ସଦସ୍ୟ ଓ ସହରର ଆଧ୍ୟାତ୍ମିକ ବ୍ୟକ୍ତି ମାନଙ୍କୁ ନେଇ ମହା ସମାରୋହରେ ପାଳିତ ହୋଇଛି । ଏଠାରେ ବର୍ଷକୁ ୨ ଥର ନବରାତ୍ରୀ ପୂଜା ପାଳନ କରାଯାଇ ଥାଏ।ସଭାପତି ଶିବ ପ୍ରସାଦ ଶତପତୀ,ସନ୍ତୋଷ କୁମାର ଅଗ୍ରୱାଲ , ବସନ୍ତ ମଞ୍ଜରୀ ମିଶ୍ରଓ ଭକ୍ତମାନଙ୍କ ଙ୍କ ଉପସ୍ଥିତରେ ଏହି ଗାୟତ୍ରୀ ପୂଜା ସଂପୂର୍ଣ୍ଣ ହୋଇଛି ।ଏତଦ୍ ବ୍ୟତତ, ସିମିନଇ, କାମାକ୍ଷା ନଗର, ଖଡଗପ୍ରସାଦ, ପ୍ରଭୃତି ସ୍ଥାନ ରେ ପୂଜା ବିଧି କରଯାଇଥିଲା।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାର ଧାରାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି

Sunil Chandra Nayak

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

Sunil Chandra Nayak

ଅବକାରୀ ବିଭାଗର ଚଢ଼ାଉ ଜଣେ ଗିରଫ୍

Leave a Comment

error: Content is protected !!