ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ସଚେତନତା କାର୍ମଶାଳା

ତେନ୍ତୁଳିଖୁଣ୍ଟି – 27 /09 /22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ଆଜି ୟୁନିସେଫ ସୌଜନ୍ୟ ରେ ବାଲ୍ୟ ବିବାହ, ଶିଶୁ ମାନଙ୍କୁ ଶାରୀରିକ ନିର୍ଯାତନା ରୁ ରକ୍ଷା ଆଇନ (protection of children from sexual offences act)ଶିଶୁ ଶ୍ରମିକ ଓ କୁସଂସ୍କାର ଆଦି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଡି ସି ପି ଓ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ଆୟୋଜିତ ହୋଇଛି। ପଂଚାୟତ ସମିତି ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ଏହାର ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରଦୀପ କର, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଏସ ବିଶ୍ୱାସ ,ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ର, ଆକ୍ସନ ଏଡ଼ ର ପ୍ରୋଗ୍ରାମ ମ୍ୟାନଜର ଘାସିରାମ ପଣ୍ଡା ଡି ସି ପି ଓ ମନୋରମା ମାଝୀ ଓ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ପ୍ରମୂଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ରେ ମନୋରମା ମାଝୀ ଓ ଘାସିରାମ ପଣ୍ଡା ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ସୁପର ଭାଇଜର, ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ,କଲେଜ ଅଧ୍ୟାପକ, ସରପଞ୍ଚ ବିଭିନ୍ନ ସମାଜ ର ନେତୃ ମଣ୍ଡଳୀ , ପ୍ରମୂଖ ଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ଥାନା ଆଇ ଆଇ ସି ଟଙ୍କ ଧର ଭୋଇ, ଖାତିଗୁଡା ଥାନା ଆଇଆଇ ସି ଦୀପକ ଲେଙ୍କା ,ବ୍ଲକ ଶିକ୍ଷା ଅଧିକାରୀ ବିରେନ୍ଦ୍ର ପାଢ଼ୀ, ତଥା ଛାତ୍ର ଛାତ୍ରୀ ସମେତ 160 ଜଣ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ବାଲ୍ୟବିବାହ ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଛି। ଜାତି ପ୍ରଥା ଜନିତ କୁସଂସ୍କାର ଦୂର ପାଇଁ ସରକାର ଙ୍କ ଆନ୍ତଃ ଜାତୀୟ ବିବାହ ପ୍ରୋତ୍ସାହନ ବିଷୟରେ ପ୍ରଚାର କୁ ଗୁରୁତ୍ୱ ଦିଆ ଯାଇଥିଲା। ଶିଶୁ ଦେଶର ଭବିଷ୍ୟତ ଏଣୁ ଶିଶୁ ଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଥିବା ବ୍ୟକ୍ତି ତଥା ଅନୁଷ୍ଠାନ ବିରୁଦ୍ଧରେ ତତ୍କାଳ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଥିଲା।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

Sunil Chandra Nayak

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

ଗୁରୁ ଟେକ ବାହାଦୂର ଙ୍କ ୪୦୦ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!