ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

ରାଇଘର -:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ପେଣ୍ଡାଣିଙ୍କ ପୀଠ, କଳସୀ ଗୁଡ଼ି ଠାକୁରାଣୀ ପିଠ , ମାଉଳି ମା, ଭିମା ଛକ ଓ ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ନବ ରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଯାହାଫଳରେ ମା ଙ୍କ ପୀଠ ଚଳଚଞ୍ଚଳ ହୋଇପଡିଛି। ଗତ ଦୁଇ ବର୍ଷ ଧରି କରୋନା ସକାଶେ ବିଭିନ୍ନ ପର୍ବ ପର୍ବାଣୀ ଉପରେ ରୋକ୍ ଲଗା ଯାଇଥିଲା। କିନ୍ତୁ ଚଳିତ ବର୍ଷ କରୋନା ର ପ୍ରକୋପ ନ ଥିବାରୁ ଧୁମ୍ ଧାମରେ ନବରାତ୍ର ପୂଜା ପାଳିତ ହେଉଛି। ଯଥା ରିତି ଅନୁଯାୟୀ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରତିପଦା ସମୋବାର ଦିନ ଶୈଳପୁତ୍ରୀ, ପୂଜା ଦ୍ଵିତୀଆ ମଙ୍ଗଳବାର ଦିନ ବ୍ରହ୍ମଚାରିଣୀ ପୂଜା, ବୁଧବାର ତୃତୀୟା ଦିନ ଚନ୍ଦ୍ରଘଣ୍ଟା, ଚତୁର୍ଥୀ ଗୁରୁବାର ଦିନ କୁଷମାଣ୍ଡା ପଞ୍ଚମୀ ଶୁକ୍ରବାର ଦିନ ସ୍କନ୍ଦମାତା, ଶନିବାର ଷଷ୍ଠି ଦିନ କତାୟନି ପୂଜା, ରବିବାର ସପ୍ତମି ଦିନ କାଳରାତ୍ରୀ ପୂଜା, ସମୋବାର ଅଷ୍ଟମୀ ଦିନ ମହାଗୌରୀ ପୂଜା, ମଙ୍ଗଳବାର ନବମୀ ଦିନ ସିଦ୍ଧିଗୌରୀ ପୂଜା ଅନୁଷ୍ଟିତ ହେବ। ଏହି ନବରାତ୍ର ପୂଜା ନଅ ଦିନ ଧରି ଚାଲିବ ଏବଂ ଏହି ନଅ ଦିନ ମଧ୍ଯ ରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକର୍ମ ଅନୁଷ୍ଟିତ ହେବ ବୋଲି ନବରାତ୍ର ପୂଜା କମିଟିର ସଦସ୍ୟ ପ୍ରକାଶ କରିଛନ୍ତି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!