ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଷ୍ଟିକର ମାସ ପାଳନ ଦିବସ ଅବସରରେ ବିଶେଷ କାର୍ଯ୍ଯକ୍ରମ ମହିଳା ଓ ସ୍ବାସ୍ଥ୍ୟ –  ଶିଶୁ ଓ ଶିକ୍ଷା

ଭବାନୀପାଟଣା:୨୬/୦୯- (ମନିସ):- ୨୬/୦୯/୨୦୨୨ ତାରିଖ ଦିନ ଭବାନୀପାଟଣା ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ସେପ୍ଟେମ୍ବର ୧ ତାରିଖରୁ ମାସ ବ୍ଯାପି ” ପୋଷଣ ମାସ ” ଦିବସ ବିଭିନ୍ନ କାର୍ଯ୍ଯକ୍ରମ କୁ ନେଇ ପାଳିତ ହୋଇ ଆସୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ, ପ୍ରତିଯୋଗିତା ମନୋଭାବ ଓ ସଚେତନତା ସୃଷ୍ଟି ନିମନ୍ତେ ପ୍ରତ୍ୟେକ ଶ୍ରେଣୀ ସହିତ ବିଦ୍ଯାଳୟ ପରିସରରେ ଶ୍ବେତସାର,ପୁଷ୍ଟିସାର, ସ୍ନେହସାର, ଖଣିଜ ଲବଣ ଜୀବସାର ଏବଂ ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି ସଂପର୍କରେ ଧାରଣ ନିମନ୍ତେ ବିଭିନ୍ନ ପନିପରିବା ଫଳ ଶସ୍ୟ ଶାଗ ମାଛ ଅଣ୍ତା କ୍ଷୀର ଦହି ଛେନା ଗଜାମୁଗ ଗଜାବୁଟ ଇତ୍ୟାଦି ସହ କାଜୁ କିସ୍ ମିସ୍ ପିସ୍ତାବାଦାମ ବିଭିନ୍ନ ପ୍ରକାର ମସଲା ତେଲ ଘିଅ ଆଦି ସୁଜର୍ଜିତ କରି ପ୍ରଦର୍ଶିତ କରା ଯାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ” ପୋଷଣ ” ଶପଥ ନେଇ ସଚେତନତା ସଭାଯାତ୍ରାରେ ଯାଇ ଗ୍ରାମ ପରିକ୍ରମା କରିଥିଲେ ଏବଂ ପ୍ରଦର୍ଶିତ ସମସ୍ତ ପୋଷଣ ତତ୍ତ୍ବ ପର୍ଯ୍ଯବେକ୍ଷଣ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ଯକ୍ରମ ମଧ୍ୟରେ ଏକ ବିଶେଷ କାର୍ଯ୍ଯକ୍ରମ ” ମହିଳା ଏବଂ ସ୍ବାସ୍ଥ୍ୟ, ଶିଶୁ ଏବଂ ଶିକ୍ଷା ” ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ଙ୍କ ଦ୍ବାରା ସହି ପୋଷଣ – ଦେଶ ରୋଷନ ” ନାରା ଓ ସ୍ଲୋଗାନ ରେ ବିଦ୍ୟାଳୟ ପରିସର ସହ ମେଦିନୀପୁର ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା। ମୁଖ୍ୟ ଅତିଥି ଭାବେ ଓଡିଶାର ଲବ୍ଧ ଚିତ୍ର ଶିଳ୍ପୀ ଶ୍ରୀଯୁକ୍ତ ମୁକୁନ୍ଦ ରେଡ୍ଡୀ ଯୋଗଦାନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିଥିଲେ। ଉକ୍ତ କାର୍ଯ୍ଯକ୍ରମ କୁ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ, ଜ୍ଯୋର୍ତିମୟୀ ଦୋରା,ଲକ୍ଷ୍ମୀ ବଗର୍ତ୍ତୀ ସଞ୍ଚାଳନ କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ସୁଚେତା ଦାସ, କଲ୍ଯାଣୀ ଦାସ, ପ୍ରତିଭା ଦାସ, ନିଶାମଣୀ ଦେଇ ଏବଂ ସବ୍ଯାମଞ୍ଜରୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ନିହଲପ୍ରସାଦରେ ଲୁଟ୍ ହେଉଛି ଖଣିଜ ସଂପଦ , ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

Sunil Chandra Nayak

ମେସିନ ସାଜିଛି ଶ୍ରମିକ

Sunil Chandra Nayak

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଲନ ଅବସରରେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ

Sunil Chandra Nayak

Leave a Comment

error: Content is protected !!