ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

ଧର୍ମଗଡ:୨୮/୯/୨୨: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ରୀୟ ସଞ୍ଚାର ବ୍ୟୁରୋ ଭବାନୀପାଟଣା ଆନୁକୁଲ୍ୟରେ ପୋଷଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଧର୍ମଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ ପଞ୍ଚାୟତ ସମିତି ବୈଠକ ଗୃହ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ପ୍ରଚାର ସହାୟକ ବିଷ୍ଣୁ ଚରଣ ସାହୁ ଅଧ୍ୟକ୍ଷତା କରି ଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟଯୋଷୀ, ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ, ସିଡ଼ିପିଓ ସୁଚରିତା ମହାପାତ୍ର,ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ଵ ରଞ୍ଜନ ଦାସ, ଡା. ଅଶ୍ଵିନୀ କୁମାର କର, ଜନ ସ୍ବାସ୍ଥ୍ୟ ଅଧକାରୀ କିଶୋର ପଟେଲ ପ୍ରମୁଖ ଯୋଗ ଦେଇ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ରେ ଜନ ସାଧାରଣ ଙ୍କ ଯୋଗ ଦାନ, ଅପ ପୃଷ୍ଠି, ରକ୍ତ ହୀନତା, କମ୍ ଓଜନ ର ଶିଶୁ ଜନ୍ମ ସଂଖ୍ୟା ହ୍ରାସ ପାଇବା ପାଇଁ ସନ୍ତୁଳିତ ଖାଦ୍ୟ, ଉତ୍ତମ ଆହାର ଗ୍ରହଣ ଓ ସ୍ଥାନୀୟ ଖାଦ୍ୟପେୟ ଉପରେ ଗୁରୁତ୍ୱାରୋପ କରିଥିଲେ । ପୋଷଣ ସମ୍ବଧିତ ଏକ ମ୍ୟାଜିକ ସୋ ମାଧ୍ୟମ ରେ ସଚେତନତା ସୃଷ୍ଟି କରାଯାଇ ଥିଲା । କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏସଏଚଜି ସଦସ୍ୟା ଓ କିଶୋରୀ ବାଳିକାମାନଙ୍କୁ ନେଇ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଈ ଥିଲା । ଏଥିରେ ୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୭ ଜଣ କୃତିତ୍ୱ ଅର୍ଜନ କରିଥିଲେ । କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପକ୍ଷରୁ ଖଡ଼ିଆଳ ଏନଏସି ଚେରମେନ ଙ୍କୁ ସ୍ୱାଗତ

Sunil Chandra Nayak

ଆରମ୍ଭ ହେଲା ଭୋଟର ତାଲିକାରେ ଆଧାର ସଂଯୋଗୀକରଣ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ପ୍ରତାପ କିଶୋର ରାଉତ, ପୋଇପାଣି, କେନ୍ଦୁଝର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!