ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ଗୃହ କାର୍ଯ୍ୟ ସ୍ଥଗିତ କରିବାକୁ ବିଡ଼ିଓ ଙ୍କୁ ଅଭିଯୋଗ କଲେ ତୁନଗାଁ ଗ୍ରାମବାସୀ

କୋକସରା,୨୮/୯- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତ କନ୍ଦାବୁଟୁରା ଓ ତୁନଗାଁ ଗ୍ରାମବାସୀଙ୍କ ମଧ୍ୟରେ ଆଜିକୁ ୬ ବର୍ଷ ହେବ ପଂଚାୟତ କାର୍ଯ୍ୟାଳୟ ସ୍ଥାପନକୁ ନେଇ ବିବାଦ ଲାଗିରହିଛି।କାଶିବାହଲ ପଞ୍ଚାୟତରୁ ଅଲଗା ହୋଇ କନ୍ଦାବୁଟୁରା ପଞ୍ଚାୟତ ଏକ ସ୍ୱତନ୍ତ୍ର ପଂଚାୟତ ହୋଇଥିଲା ହେଲେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପୂର୍ବରୁ କନ୍ଦାବୁଟୁରା ଓ ତୁନଗାଁ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା ହେଲେ ତାକୁ ପରବର୍ତ୍ତୀ ସମୟରେ ଅଣଦେଖା କରି କନ୍ଦାବୁଟୁରା ଗ୍ରାମବାସୀ ମାନେ କାର୍ଯ୍ୟାଳୟକୁ କନ୍ଦାବୁଟୁରାରେ ନିର୍ମାଣ କରିଛନ୍ତି । ତାହା ଏବେ ଅଧା ପନ୍ତରିଆ ରହିଛି। ଏହାକୁ ବିରୋଧ କରି ବିଭିନ୍ନ ସମୟରେ ତୁନଗାଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଫଳ ସ୍ୱରୂପ ପଞ୍ଚାୟତ ମାମଲାଟି ଉଚ୍ଚ ନ୍ୟାୟାଳୟରେ ବିଚାରଧିନ ରହିଛି। ଗତ ପଞ୍ଚାୟତ ନିର୍ବାଚନକୁ ତୁନଗାଁ ଗ୍ରାମବାସୀ ୫ଟି ୱାର୍ଡରେ ଭୋଟ ବର୍ଜ୍ଜନ କରି ପ୍ରତିବାଦ କରିଥିଲେ। ତେବେ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କରି ପୁଣି କନ୍ଦାବୁଟୁରାରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ହେଉଥିବା ଦେଖି କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ତୁନଗାଁ ଗ୍ରାମର ପ୍ରେମଲାଲ ଶବର, ବନମାଲି ପାଣିଗ୍ରାହୀ, ପରାସର ବେମାଲ, କିଶୋର ଶବର, ଚନ୍ଦ୍ର ଶବର, ସୋମନାଥ ଶବର, ସୁରେନ୍ଦ୍ର ଶବର, ରଏନୁ ପାଣିଗ୍ରାହୀ, ପରମା ଶବର ସମେତ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ଥିବା ଅଭିଯୋଗ ପତ୍ର କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କୁ ଦେଇଛନ୍ତି। ଏନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ନେବାରୁ ମୁଁ କିଛିଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି। ଘଟଣା କଣ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଯଦି କୌଣସି ଅନିୟମିତତା ହେଉଥିବ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି।

Related posts

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ଏ କି ପୋଲିସ ବାବୁଙ୍କ ମାନବିକତା ???

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମାଟିର ସ୍ବର୍ଗ             

Leave a Comment

error: Content is protected !!