ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବାଲେଶ୍ଵର,୨୯/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ନିକଟସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଖଇରା ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୮ ଜଣ ପିଲା ଭାଗ ନେଇଥିଲେ । ବିଦ୍ୟାଳୟ ସ୍ତରରେ ପିଲା ମାନେ ବିଜ୍ଞାନର ବିକାଶ କ୍ଷେତ୍ରରେ ନିଜେ ନିଜର ଜ୍ଞାନ ଆହରଣ କରିବା ସହିତ ସହପାଠୀଙ୍କୁ ସାହାଯ୍ୟ କରିପାରିବେ ବୋଲି ଏ କାର୍ଯ୍ୟକ୍ରମର ଲକ୍ଷ୍ଯ । ପ୍ରଧାନ ଶିକ୍ଷକ ଡମ୍ବରୁଧର ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ସିନିୟର ଗୃପର ଗାୟତ୍ରୀବସୁ ମହାନ୍ତି, ବଳରାମ ବେହେରା, ହର୍ଷିତା ହିରଣ୍ମୟୀ ମହାନ୍ତି, ଉମେଶ ନାୟକ, ହରେକୃଷ୍ଣ ଜେନା, ଶୁଭଲକ୍ଷ୍ମଣ ପ୍ରଧାନ, ଜ୍ଯୋତ୍ସ୍ନାରାଣୀ ଲେଙ୍କା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଜୁନିୟର ଗୃପର ଶ୍ରୀୟାଂଶୁ ମହାନ୍ତି, ଗାୟତ୍ରୀ ମଥାନ, ଓମ୍ ପ୍ରକାଶ ଦୀକ୍ଷିତ, ପାୟଲ ପ୍ରିୟାସୀ ମଲ୍ଲିକ, ଜ୍ଯୋତିରାଦିତ୍ଯ ଦୀକ୍ଷିତ, ବିପାସା ନାୟକ, ଶୁଭଲକ୍ଷ୍ମୀ ହୋ, କିଷ୍ଣା ମୁଦୁଲି, ସ୍ମୃତିରେଖା ସିଂ, ଯଶୋସ୍ବିନୀ ମହାନ୍ତି ଓ ହରପ୍ରିୟା ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଲମ୍ବୋଦର ଦାସ, ଶିକ୍ଷୟିତ୍ରୀ ବାସନ୍ତୀ ଲତା ଜେନା, ରୀତାରାଣୀ ନାଥ, ପ୍ରିୟଙ୍କା ବିଶ୍ବାଳ, ଲତିକା ପ୍ରଧାନ, ଭାଗ୍ଯଶ୍ରୀ ଲେଙ୍କା ଓ ସଞ୍ଜୁଲତା ମହାନ୍ତି ପ୍ରମୁଖ ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

ଢେଙ୍କାନାଳ ସଦର ବ୍ଲକର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ 

Sunil Chandra Nayak

ଗଣେଶ ପୂଜା ଉପଲକ୍ଷେ ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ ଗଳ୍ପ ଟିଉସନ ଦିଦି

Sunil Chandra Nayak

Leave a Comment

error: Content is protected !!