ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସ ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା/ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସର ଆମେ ଓଡିଆ ଆମ ଓଡିଶା ତରଫରୁ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଆଦର୍ଶ ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ମହିଳା କମିଶନର ଲୋପମୁଦ୍ରା ମହାନ୍ତି, କାନଡା ର ଟରେଣ୍ଟୋ ରୁ ଆସିଥିବା ସାହିତ୍ୟିକ ପ୍ରଶାନ୍ତ ଭୂୟାଁ,ଭୁବନେଶ୍ବର ର ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ । ପ୍ରାରମ୍ଭରେ ସଂଯୋଜକ ଶ୍ରୀ ରାଉତ ଅନୁଷ୍ଠାନର ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ଶ୍ରୀମତୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ଉପଲକ୍ଷେ ‘ ଆମେ ଓଡିଆ ଆମ ଓଡିଶା ‘ ତରଫରୁ ଅଭିଯାନ ଆରମ୍ଭ କରାଯାଇଛି । ସୁରେନ୍ଦ୍ର ମହାନ୍ତିଙ୍କୁ ସେ ଉପନ୍ୟାସର ଶତାବ୍ଦୀ ସୂର୍ଯ୍ୟ ବୋଲି ଅବହିତ କରିବାସହ ସ୍ବାଭିମାନର ସହ ଓଡିଆ ଭାଷା ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ଅତିଥି ଶ୍ରୀ ଭୂୟାଁ ସାମ୍ବାଦିକ ମାନେ ଓଡିଆ ଭାଷାର ବାର୍ତ୍ତାବହ ହେବାକୁ ଆହ୍ବାନ ଦେବାସହ ଓଡିଶା ର ଭାଷା,ସଂସ୍କୃତି,ଐତିହ୍ୟ,ପରମ୍ପରା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଶ୍ରୀମତୀ ପଟ୍ଟନାୟକ ରାଉରକେଲାର ଅନୁଭୂତି ଓ ଇସ୍ପାତ ନଗରୀକୁ ଏକ ସଂସ୍କୃତିମୟ ସହର ବୋଲି କହିବାସହ ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ଶେଷରେ ସଂପାଦକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ,ବାଳକ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ ସପ୍ତମ ଦିବସରେ ଉଦଯାପିତ 

Sunil Chandra Nayak

ରାସ୍ତା ନିର୍ମାଣ ଦାବିରେ ଧାନ ତଳି ରୋଇ ପ୍ରତିବାଦ କଲେ ମହିମା ଗ୍ରାମବାସୀ

Sunil Chandra Nayak

ଆରପାରି ରେ  କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକ

Sunil Chandra Nayak

Leave a Comment

error: Content is protected !!